Sunday, April 26, 2026
27.6 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ମାରାଥନ ପ୍ରଚାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୯/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଓ ଭୀମପୁର, ଫାର୍ମଗେଟ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାରାଥନ ପଦଯାତ୍ରା ଓ ମହିଳା ବୈଠକ ଏବଂ ବରିଷ୍ଟ ନାଗରିକଙ୍କ ସହ ବୈଠକ କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତିଈବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ, ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    51 %
    1.5kmh
    81 %
    Sun
    43 °
    Mon
    44 °
    Tue
    43 °
    Wed
    43 °
    Thu
    39 °

    ସମ୍ବନ୍ଧିତ