Tuesday, September 8, 2026
29.8 C
Odisha

    ଖଣ୍ଡପଡା, ପାରାଦ୍ୱୀପ, କଟକ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ଆଜିକୁ ୮ମାସ ଧରି ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତାମାନେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରି ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ୨୫ବର୍ଷରେ ନବୀନ ଯାହା କରିନି ୫ବର୍ଷ ବିଜେପିକୁ ସରକାର ଆସିଲେ ତାହା କରିଦେଖାଇବ ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଣ୍ଡପଡା, ପାରାଦ୍ୱୀପ, କଟକ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ନୟାଗଡ ଜିଲ୍ଲା ବିଜେଡି ଉପସଭାପତି ଗୟାଧର ପରିଡା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ପରିଡାଙ୍କ ସମେତ ଭାପୁର ବ୍ଲକ ପୂର୍ବତନ ସଭାପତି ଜିତେନ୍ଦ୍ର କୁମାର ରଣସିଂହ, କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ସରପଂଚ ତାରେଶ୍ୱର ମାଝୀ, ସମିତିସଭ୍ୟ ଦିପକ କୁମାର ଜେନା, ସରପଂଚ ସନ୍ତୋଷ କୁମାର ପଣ୍ଡା, ନିରୁପମା ମହାରଣା, ମଞ୍ଜୁଲତା ସେଠୀ, ସୁରେଖା ସାହୁ, ସୁଭଦ୍ରା ବେହେରା, ବିଜୟ କୁମାର କର, ନିବେଦିତା ସ୍ୱାଇଁ, ତୋଫାନ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

    ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ସରପଂଚ ରୋହିତ କୁମାର ଜେନା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଜେନାଙ୍କ ସହ ସରୋଜ କୁମାର ସେଠୀ, ଜ୍ଞାନଦୀପ ପଟ୍ଟନାୟକ, ଲୋକନାଥ ନାୟକ, ଗଗନବିହାରୀ ରାଉତ ପ୍ରମୁଖ ବିଜେପିରେ ଯୋଗ ଦେଲେ । କଟକ ନିର୍ବାଚନ ମଣ୍ଡଳୀର ଓଡ଼ିଶା ସୁରକ୍ଷା ସେନା ସଭାପତି ଅଭିଶେକ ଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ସବ୍ୟସଚ୍ଚୀ ଶତପଥୀ, ରାଜେଶ ପାତ୍ର, ଅଶି୍ୱନୀ କୁମାର ଦାସ, ଅନୁରାଧା ଦାସ ଓ ସତ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସାଲେପୁର ନିର୍ବାଚନ ମଣ୍ଡଳୀର ଲୋକସେବା ଫାଉଣ୍ଡେସନ ସଭାପତି ହିମାଂଶୁ କୁମାର ମହାନ୍ତି, ପୂର୍ବତନ ସରପଂଚ ଧ୍ରୁବ ଚରଣ ମହାନ୍ତି, ପ୍ରତାପ ବିଶ୍ୱାଳ ଓ ତାପସ କୁମାର ସାହୁ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
    ଏହି ମିଶ୍ରଣ ପର୍ବରେ ପରିବେଶ, ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ, କଟକ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତୀରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ