Friday, September 20, 2024
24.1 C
Odisha

    ପ୍ରତ୍ୟାଖ୍ୟାତ ବିଜେଡି “ଜନଜାଗରଣ” କରିବା ଅତ୍ୟନ୍ତ ନିର୍ଲଜତାର ପରିଚୟ: ଡ.ଯତୀନ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୨/୦୮: ନିର୍ଲଜତାର ଶେଷ ସୀମା ଟିପିଛି ବିଜେଡି । ହତାସ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି “ଔଷଧ ବିକଳରେ ତାଟିଆ” କାମୁଡିବା ପ୍ରକୃତି ଦେଖାଯାଏ । ୨୫ ବର୍ଷ ଧରି ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ କିନ୍ତୁ ବିଜେପି ଓଡ଼ିଶାରେ ପ୍ରଥମ ସରକାର ଗଠନ କରିବା ପରେ ଯାହା ନିର୍ବାଚନି ପ୍ରତିଶ୍ରୁତି ଦେଇଥିଲା, ତାହା ଗୋଟି ଗୋଟି ପୂରଣ କରୁଅଛି । ଯାହାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଜ୍ୟ କରିନପାରି ବାଉଳି ଚାଉଳି ହୋଇ ଲୋକଙ୍କ ପାଖକୁ ଯାଇ “ଜନଜାଗରଣ” କରିବେ ବୋଲି ଟ୍ୱିଟରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ବର୍ଦ୍ଧିତ ଭତାଦେବାର ଯେଉଁ “ନିର୍ବାଚନ ପ୍ରତିଶ୍ରୁତି” ଦେଇଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୦ବର୍ଷରୁ ଊର୍ଦ୍ଧ୍ୱ, ଭିନ୍ନକ୍ଷମ, ବିଧବା ମାନଙ୍କୁ ୩୫୦୦ଟଙ୍କା ଭତା ଦେବ ବୋଲି ନିଷ୍ପତି ନେଇଛି । ଏକଥାକୁ ବିଜେଡି ସହଜରେ ହଜମ କରିପାରୁନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ୍ ବିଜ୍ଞପ୍ତିରେ ଡ.ମହାନ୍ତି କହିଛନ୍ତି ଯେ, ୫୦୦ଟଙ୍କା ଭତାକୁ ହଜାରେ କରିବାକୁ ବିଜେଡିକୁ ୨୫ବର୍ଷ ସମୟ ଲାଗିଲା । ଏବେ ଦୁଇ ମାସର ବିଜେପି ସରକାର ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ତିନିଗୁଣ ବଢ଼ାଇ ୩,୫୦୦ଟଙ୍କା ଭତା କରିବା ପରେ, ବିଜେଡି ସଭାପତି ଅସହିଷ୍ଣୁ ହୋଇ “ଜନଜାଗରଣ” କରିବ ବୋଲି କହିବା ଅତ୍ୟନ୍ତ ନିଲ୍ଲଜତାର ପରିଚୟ । ଦୀର୍ଘଦିନର ଭ୍ରଷ୍ଟାଚାର, ଅପାରଗତା କାରଣରୁ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାତ କରିଛନ୍ତି । ବିଜେପି ଚାହୁଁଛି ନବୀନ ବାବୁ ଥରେ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ମନରେ ଥିବା କ୍ଷୋଭ, ଗ୍ଲାନି ଓ ଆକ୍ରୋଶ ଅଛି ତାକୁ ସାମ୍ନା କରନ୍ତୁ ।
    ବିଜେଡି ୨୫ବର୍ଷରେ ଯେତେ ପ୍ରତିଶ୍ରୁତି ଦେଇଥିଲା ତାହା ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ଧୂଆଁବାଣ ଲୋକଙ୍କୁ ଠକିବାର ଉପାୟ ଥିଲା । ମୁଖ୍ୟମନ୍ତ୍ରୀ ଶାସନରେ ଥିବା ବେଳେ ପୁରୀରେ ଛିଡା ହୋଇ କହିଥିଲେ ଯେ, ପ୍ରତିବର୍ଷ କାଳିଆ ଯୋଜନାରେ ୧୦ହଜାର ଟଙ୍କା ଚାଷୀଙ୍କୁ ଦେବୁ କିନ୍ତୁ କୌଣସି ଚାଷୀ ୧୦ହଜାର ଟଙ୍କା ପାଇଲେ ନାହିଁ । ସୋହେଲାରେ ୧୦୦ ଟଙ୍କା ବୋନସ୍ ଚାଷୀଙ୍କୁ ଦେବେ ବୋଲି ଘୋଷଣା କରିଥିଲେ କିନ୍ତୁ ତାହାକୁ ଦେଲେ ନାହିଁ । ସେହିପରି ପିଠା ଯୋଜନାରେ ମା’ମାନଙ୍କୁ ଭଣ୍ଡାଇ ଥିଲେ । ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଖୋଦ୍ ନବୀନ ବାବୁ ଏବଂ ବର୍ତମାନ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନବଗଠିତ ବିଜେପି ସରକାର ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି । ବିଜେପି ଯାହା କୁହେ ତାହା କରେ, ନବୀନ ବାବୁ ଠକିବା ଛଡା କିଛି ଜାଣନ୍ତି ନାହିଁ । ବିଜେପି ନିର୍ବାଚନୀ ବେଳେ ପ୍ରତିଶ୍ରୁତି ଦେଇଥିଲେ ଧାନ କ୍ୱଂଇଟାଲ ୩୧ଶହ ଟଙ୍କା କରିବେ ବୋଲି, ସେହି ପ୍ରତିଶ୍ରୁତି ପାଳନ କରିଛି । ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଡ. ମହାନ୍ତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ