Saturday, July 27, 2024
25.7 C
Odisha

    ଆଜି ୨୦ରୁ ୨୨ ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ଆଜି ଓଡିଶାର ୨୦ରୁ ୨୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏହି ଆସନ ମଧ୍ୟରେ ରାଉରକେଲା ବିଧାନସଭା ରହିଛି । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ତଥା ସାଂସଦ ବିଜୟ ପାଲସିଂହ ତୋମାର ଏହି ବୟାନ ଦେଇଛନ୍ତି । ରାଉରକେଲା ଏବଂ ସୁନ୍ଦରଗଡ ଗସ୍ତ ବେଳେ ତୋମାର ଏପରି କହିଛନ୍ତି । ରାଉରକେଲା ବିଧାନସଭା ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ । ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ଲୋକସଭାର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ମଧ୍ୟ ଦିଲ୍ଲୀପ ରାୟ ରାଉରକେଲା ବିଧାନସଭାର ପ୍ରାର୍ଥୀ ହେବେ ବୋଲି କହିଥିଲେ । ଆଜି ୨୦ ରୁ ୨୨ଟି ଆସନରେ ପ୍ରାର୍ଥୀ ଘୋଷଣା ପରେ ବଳକା ୧୫ ରୁ ୧୩ ଆସନ ପାଇଁ ତାଲିକା ଆସିିବ । ସବୁ ସ୍ଥାନରେ ଏଭଳି ପ୍ରାର୍ଥୀ ଦିଆଯାଉଛି ଯେ ଯେଭଳି ଏଥର ପୁଣି କେନ୍ଦ୍ରରେ ବିଜେପି ସରକାର ଆସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିବ ବୋଲି ପ୍ରଭାରୀ ତୋମାର କହିଛନ୍ତି । ଏଥର ସୁନ୍ଦରଗଡ଼ରେ ଲୋକସଭା ଏବଂ ବିଧାନସଭାର ସମସ୍ତ ସିଟରେ ବିଜେପି ବିଜୟ ଲାଭ କରିବ ବୋଲି ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ