Sunday, June 21, 2026
39.2 C
Odisha

    ୬ ଜଣ ଛାତ୍ରଛାତ୍ରୀଙ୍କର ଚାଲିଗଲା ଜୀବନ, ନିଶାଶକ୍ତ ଅବସ୍ଥାରେ ଥିଲେ ଡ୍ରାଇଭର

    ଆଗକୁ ପଢନ୍ତୁ

    ହରିୟାଣାର ମହେନ୍ଦ୍ରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୬ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । କନିନା-ଦାଦରି ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସ୍ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ତେବେ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିଲେ କି ନାହିଁ ପୋଲିସ ତାହାର ଯାଞ୍ଚ କରୁଛି । ଏହି ଘରୋଇ ସ୍କୁଲ ବସରେ ୩୫ରୁ ୪୦ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । ସରକାରୀ ଛୁଟି ଥିବା ସତ୍ତେ୍ୱ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନିଆଯାଉଥିଲା । ତେଣୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ହୃଦୟବିଦାରକ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଭେଣ୍ଟିଲେଟରରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.2 ° C
    39.2 °
    39.2 °
    28 %
    1kmh
    77 %
    Sun
    37 °
    Mon
    36 °
    Tue
    35 °
    Wed
    38 °
    Thu
    36 °

    ସମ୍ବନ୍ଧିତ