Saturday, July 27, 2024
24.6 C
Odisha

    ଆଜି ବିଜେପି କରିପାରେ ପ୍ରାର୍ଥୀ ତାଲିକା ଘୋଷଣା । ସନ୍ଧ୍ୟା ୬ଟା ରେ ସାମ୍ବାଦିକ ସମ୍ମିଳନୀ

    ଆଗକୁ ପଢନ୍ତୁ

    ବିଜେପି ତରଫରୁ ଆଜି ସନ୍ଧ୍ୟା ୬ଟା ବେଳେ ଏକ ଗୂୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି । ଏହା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି । ଏହି ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ଆସିପାରେ । ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ବାରଣାସୀ, ଅଯୋଧ୍ୟା, ପ୍ରୟାଗରାଜ, ଆଜମଗଡ ଓ ଗୋରଖପୁର ସମେତ କିଛି ପ୍ରମୁଖ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରେ ।
    କହିରଖୁ କି, ଆଶାୟୀଙ୍କ ନାମକୁ ନେଇ ଫେବୃଆରୀ ୨୯ ତାରିଖରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ ସମିତି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ପାଖାପାଖି ୧୭ଟି ରାଜ୍ୟର ୧୫୫ ଟି ଆସନ ଉପରେ ନିଷ୍ପତ୍ତି କରାଯାଇଛି । ଯାହା ଆଜି ଦଳ ତାର ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ