Saturday, July 27, 2024
24.6 C
Odisha

    ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲଙ୍କ ବଡ ସୂଚନା । କହିଲେ, ୧୪୭ ବିଧାନସଭା , ୨୧ ଲୋକସଭାରେ ଏକାକୀ ଲଢିବ ବିଜେପି । ଓଡିଶାରେ ହେବ ବିଜେପି ସରକାର

    ଆଗକୁ ପଢନ୍ତୁ

    ଆସନ୍ତା ସାଧାରଣ ନିର୍ବାଚନରେ ଏକାକୀ ଲଢିବ ବିଜେପି । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ଭାରତୀୟ ଜନତା ପାର୍ଟି । ବିଜେଡି ସହ ରାଜ୍ୟ ବିଜେପିର ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ବଡ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ମନମୋହନ ସାମଲ ଯେଉଁ ସୂଚନା ଦେଇଛନ୍ତି, ତାହା ଅନେକ ରାଜନୈତିକ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି । କାହିଁକି ନା, ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚା ଜୋରସୋରରେ ଜାରି ରହିଥିଲା । ଏମିତିକି ମାର୍ଚ୍ଚ ୫ ତାରିଖରେ ବିଜେଡି-ବିଜେପି ଏକାଠି ହେବେ ବୋଲି ତାରିଖ ମଧ୍ୟ ସୋସିଆଲ୍ ମିଡିଆରେ ଘୋଷଣା ହେଇସାରିଥିଲା । ହେଲେ ସେ ସବୁ କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି । ଆଉ ବିଜେପି ଏକାକୀ ସାଧାରଣ ନିର୍ବାଚନ ଲଢିବ ବୋଲି ଘୋଣଣା କରିଛି ।
    ମନମୋହନ ସାମଲ ଲେଖିଛନ୍ତି ଯେ, ଦିଲ୍ଲୀଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସେ ଓଡିଶାର ରାଜନୈତିକ ସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡିଶାର ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ବିଜେପି ଏକାକୀ ନିର୍ବାଚନ ଲଢିବ । ଖାଲି ସେତିକି ନୁହେଁ, ଓଡିଶାରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ ସରକାର କରିବ ଏବଂ ପିଏମ୍ ମୋଦୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ।

    ତେବେ ମନମୋହନ ସାମଲଙ୍କ ସହିତ ବିଜେଡି ସହ ମେଣ୍ଟ ଖବରକୁ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଜାଣିବାରେ କୌଣସି ମେଣ୍ଟ ହେଉନି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟ ନେତାଙ୍କ ସହ ସେ କଥା ହୋଇଛନ୍ତି, ହେଲେ ମେଣ୍ଟ ହେବା ନେଇ କୌଣସି ଚର୍ଚ୍ଚା ହୋଇନଥିବା ବିଜୟ ପାଲ ସିଂ ତୋମାର କହିଛନ୍ତି ।

    ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ଏକାଠି ହେଇ ନିର୍ବାଚନ ଲଢିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଥିଲେ । ଏପରିକି ଆସନ୍ତା ମାର୍ଚ୍ଚ ୫ ତାରିଖରେ ଏହି ମେଣ୍ଟ ନେଇ ଘୋଷଣା ହେଇପାରେ ସୋସିଆଲ୍ ମିଡିଆରେ କିଛି ଲୋକ କହିବା ଆରମ୍ଭ କରିଦେଇଥିଲେ । ହେଲେ ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ