Thursday, September 19, 2024
23 C
Odisha

    ଡବଲ ଇଂଜିନ ସରକାରରେ ଓଡିଶାର ବିିକାଶର ଗତି ଡବଲ ହେବ: ବୈଜୟନ୍ତ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୮/୦୭: ଓଡିଶାରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି । ପୂର୍ବ ସରକାର ସମୟରେ ଅନେକ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶା ଲୋକଙ୍କୁ ରାଜନୈତିକହୀନ ଉଦ୍ଦେଶ୍ୟ ରଖି ବଂଚିତ କରାଯାଉଥିଲା । କେବଳ ସେତିିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ହିତାଧିକାରୀ ଚୟନରେ ମଧ୍ୟ ପାତର ଅନ୍ତର କରାଯାଇ ଗରୀବ ଲୋକଙ୍କୁ ହଇରାଣ କରାଯାଉଥିଲା । ଏବେ ଓଡ଼ିଶାବାସୀ ମୋଦିଙ୍କର ବିକଶିତ ଓଡ଼ିଶା ଗଠନ ପାଇଁ ଆସୁଥିବା ସମସ୍ତ କେନ୍ଦ୍ରୀୟ ସହାୟତାର ଲାଭ ପାଇବେ । କଂଗ୍ରେସର ୧୦ ବର୍ଷ ଶାସନରେ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ଟିକସ୍‌ରେ ରାଜ୍ୟର ଅଂଶ ବାବଦରେ ମାତ୍ର ଲକ୍ଷେ ୧୪ହଜାର କୋଟି ଟଙ୍କା ପାଇଥିଲାବେଳେ ମୋଦି ସରକାରଙ୍କ ୧୦ବର୍ଷରେ ୪ଗୁଣ ବଢ଼ି ୪ଲକ୍ଷ ୫୭ହଜାର କୋଟି ଟଙ୍କାରେ ପହଂଚିଛି । ସେହିପରି ଯଦି ରେଳ ଅନୁଦାନ କଥା ଦେଖିବା ତାହାଲେ କଂଗ୍ରେସ ୧୦ବର୍ଷରେ କେବେ ବି ବାର୍ଷିକ ଅନୁଦାନ ହଜାରେ କୋଟି ଛୁଇଁନଥିଲା କିନ୍ତୁ ମୋଦି ସରକାରରେ ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦ହଜାର ୫୦୦କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ କଂଗ୍ରେସ ସରକାରରେ ଓଡ଼ିଶା କିଭଳି ଅବହେଳିତ ହେଉଥିଲା ଓ ମୋଦି ସରକାରରେ ଓଡ଼ିଶା କିଭଳି ତାର ନ୍ୟାର୍ଯ୍ୟ ହକ୍ ପାଇଲା । ଚଳିତ ବଜେଟ୍‌ରେ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ଆଗାମୀ ଦିନରେ ଏହା ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ମାଇଲଷ୍ଟୋନ ଭୂମିକା ନେବ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ଚଳିତ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇରହିଯାଇଛି । ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସଂଗଠନ ନିଜର ସର୍ଭେ ରିପୋର୍ଟରେ ମତ ରଖିଛନ୍ତି ଯେ, ଏପ୍ରିଲ-ମେ ମାସରେ ଦେଶରେ ବେରୋଜଗାର ୩.୨ପ୍ରତିଶତ ଥିଲା, ଯାହା ଐତିହାସିକ ସଫଳତା । ୧୮ବର୍ଷରେ ଏହା ସବୁଠାରୁ କମ୍ ବେରୋଜଗାରୀ ପରିସଂଖ୍ୟାନ । ମୋଦି ସରକାରଙ୍କ ୧୦ବର୍ଷ ଭିତରେ ଦେଶରେ ୧୨.୫କୋଟି ନିଯୁକ୍ତି ସୃଷ୍ଟି ହୋଇଛି । କଂଗ୍ରେସର ୧୦ବର୍ଷ ଭିତରେ ମାତ୍ର ୨.୯କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା । ଚଳିତ ବଜେଟ୍‌ରେ ଆହୁରି ଅଧିକ ନିଯୁକ୍ତି ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି ।
    ମୋଦି ସରକାର ଶାସନକୁ ଆସିବା ପରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ ହୋଇଚାଲିଛି । ନିର୍ବାଚନ ପରେ ତୃତୀୟ ଥର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଆର୍ଥୀକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି ତାହା ଐତିହାସିକ । ମୋଦି ସରକାର ଭାରତର ବିକାଶ ପାଇଁ ବଜେଟ୍‌ରେ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦେଇଛି । ମୋଦି ସରକାର ବଜେଟ୍‌ରେ ୪ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ଯଥା, ଗରିବ, ମହିଳା, ଯୁବକ ଓ କୃଷକ । କଂଗ୍ରେସ ସରକାର ସମୟରେ ୧୦ବର୍ଷ ତଳେ ଘର ନିର୍ମାଣ କ୍ଷେତ୍ରରେ ଦିଆଯାଇଥିଲା ମାତ୍ର ୧୦,୫୬୭ କୋଟି ଟଙ୍କା, କିନ୍ତୁ ୨୦୧୪-୨୫ରେ ତାହା ହୋଇଛି ୮୨ହଜାର ୫୭୬ କୋଟି ଟଙ୍କା । ସେହିଭଳି ଭିତିଭୂମି ନିର୍ମାଣରେ କଂଗ୍ରେସ ସରକାର ସମୟରେ ୨୦୧୩-୧୪ରେ ୨ଲକ୍ଷ ୫୭ହଜାର ୬୪୧ କୋଟି ଟଙ୍କା ଦିଆଯାଉଥିବା ବେଳେ ୨୦୨୪-୨୫ରେ ତାହା ହୋଇଛି ୧୧ଲକ୍ଷ ୧୧୧କୋଟି ଟଙ୍କା । ରୋଡ ଟ୍ରାନ୍ସପଟ୍ ଓ ରାଜପଥ ପାଇଁ ୨୦୧୩-୧୪ରେ ୨୫ ହଜାର ୮୫୯ କୋଟି ଦିଆଯାଇଥିବା ବେଳେ ୨୦୨୪-୨୫ରେ ଏହା ହୋଇଛି ୨ଲକ୍ଷ ୭୮ହଜାର କୋଟି । ଗ୍ରାମୀଣ କ୍ଷେତ୍ରର ବିକାଶ ପାଇଁ ୨୦୧୩-୧୪ରେ ୭୪ ହଜାର ୪୭୭ କୋଟି ଦିଆଯାଉଥିବା ବେଳେ ଏବଂ ୨୦୨୪-୨୫ରେ ୧ଲକ୍ଷ ୮୦ହଜାର ୨୩୩ କୋଟି ଦିଆଯାଇଛି । ଶିକ୍ଷାରେ ୨୦୧୩-୧୪ରେ ୭୯ ହଜାର ୪୫୧କୋଟି ଅନୁଦାନ ମିଳିଥିଲା ବେଳେ ୨୦୨୪-୨୫ରେ ୧ ଲକ୍ଷ ୨୦ହଜାର ୬୨୭କୋଟି ଦିଆଯାଇଛି ।
    ମୋଦି ସରକାର ପୂର୍ବୋଦୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ମୋଦିଜୀ ସର୍ବଦା କହିଛନ୍ତି ପୂର୍ବଭାରତ ଓ ଉତର ପୂର୍ବ ଭାରତ ଯେତେ ପର୍ଯ୍ୟନ୍ତ ବିକାଶ ନହୋଇଛି ଭାରତର ବିକାଶ ଅସମ୍ଭବ । ଇତିହାସକୁ ଦୃଷ୍ଟି ଦେଲେ ସ୍ପଷ୍ଟ ଯେ, କଂଗ୍ରେସ ସରକାର ପୂର୍ବଭାରତ ଓ ଉତର ପୂର୍ବ ଭାରତକୁ ମାତ୍ରାଧିକ ଅବହେଳା କରୁଥିଲା । ଉତର ପୂର୍ବ ଭାରତକୁ ମୋଦି ୧୦ବର୍ଷରେ ୯୦ଥର ଗସ୍ତ କରିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ