Wednesday, September 30, 2026
22.7 C
Odisha

    ୨୦୨୯ ସୁଦ୍ଧା ନିଶାମୁକ୍ତ ହେବ ଭାରତ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

    ଆଗକୁ ପଢନ୍ତୁ

    ଗୋଆ : ୨୦୨୯ ସୁଦ୍ଧା ନିଶାମୁକ୍ତ ହେବ ଭାରତ। ଆମେ ନକ୍ସଲବାଦକୁ ଯେପରି ଦେଶରୁ ମୂଳପୋଛ କରିଛୁ, ଠିକ୍ ସେଭଳି ଭାବେ ଡ୍ରଗ୍ସ କାରବାରକୁ ମଧ୍ୟ ଶେଷ କରିବାକୁ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଗୋଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ ନିଶାମୁକ୍ତ ଭାରତ ଗଠନ ପାଇଁ ୩ ବର୍ଷିଆ ମେଗା ପ୍ଲାନ ସମ୍ପର୍କରେ ସୂଚନା ଦେଇଛନ୍ତି।

    ନିଶା ମାଫିଆଙ୍କୁ ଜବତ କରିବା ପାଇଁ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏଜେନ୍ସି ପର୍ଯ୍ୟନ୍ତ ‘ଡିଟେକ୍ଟ, ଡିସରପ୍ଟ ଏବଂ ଡେଷ୍ଟ୍ରୟ’ ମଡେଲରେ କାମ କରିବେ। ଆଗାମୀ ୩ ବର୍ଷ ମଧ୍ୟରେ ୧୦୦ଟି ଆନ୍ତର୍ଜାତୀୟ ଓ ଆନ୍ତଃରାଜ୍ୟ ଡ୍ରଗ୍ସ ନେଟୱର୍କ ଧ୍ୱଂସ କରିବାକୁ ଲକ୍ଷ୍ୟ ଥିବା ବେଳେ ଶହେଟି ବେଆଇନ ଲ୍ୟାବ୍ କୁ ସିଲ୍ କରିବା ଏବଂ ନିଶା କାରବାରରେ ଜଡ଼ିତ ଶହେ ଜଣ ମାଫିଆଙ୍କୁ ବିଦେଶକୁ ପ୍ରତ୍ୟର୍ପଣ କରାଯିବ ବୋଲି ଶାହ କହିଛନ୍ତି।

    ନିଶାମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଦେଶର ୫୦ କୋଟି ଲୋକଙ୍କୁ ସଚେତନ କରାଯିବ। ଏଥିସହ NCC, NSS ଏବଂ ‘ମାଇଁ ଭାରତ’ ଜରିଆରେ ୧ ଲକ୍ଷ ସ୍ୱେଚ୍ଛାସେବୀ ପ୍ରସ୍ତୁତ ହେବେ। ଗିରଫ ନିଶା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ରିଭର୍ସ ଇନଭେଷ୍ଟିଗେସନ ମାଧ୍ୟମରେ କେବଳ ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତି ନୁହେଁ ବରଂ ଯୋଗାଣକାରୀଙ୍କ ନିକଟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ନିଶା କାରବାର ବିରୋଧରେ ଜିରୋ ଟରେଲାନ୍ସ ନୀତି ଲାଗୁ କରିଥିବା ବେଳେ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢ଼ି ନିଶାମୁକ୍ତ ଓ ସୁସ୍ଥ ରହିବା ଜରୁରୀ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ