Sunday, March 29, 2026
39.1 C
Odisha

    ରାହୁଲ ଗାନ୍ଧୀ ସବୁଠୁ ବୁଦ୍ଧିମାନ ମୂର୍ଖ: ବିଜେପି

    ଆଗକୁ ପଢନ୍ତୁ

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଜେପି ଏହାର ତୀବ୍ର ପ୍ରତିକ୍ରିୟା ରଖିଛି। ବିଜେପି ରାହୁଲ ଗାନ୍ଧୀଙ୍କୁ କଂଗ୍ରେସରେ ସବୁଠାରୁ ବୁଦ୍ଧିମାନ ମୂର୍ଖ ବୋଲି କହିଛିି। ବାଣିଜ୍ୟ ଚୁକ୍ତି ନେଇ ରାହୁଲଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିବା ସହିତ ସଂସଦୀୟ ପରମ୍ପରାକୁ ସେ ସମ୍ପୂର୍ଣ୍ଣ ନିମ୍ନ ସ୍ତରକୁ ନେଇଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଥିଲେ, “ସରକାର ଭାରତ ମାତାଙ୍କୁ ବିକ୍ରି କରିଦେଇଛନ୍ତି। ଏହାକୁ ସେ ଆମେରିକା ସମ୍ମୁଖରେ ଭାରତର ସମ୍ପୂର୍ଣ୍ଣ ସରେଣ୍ଡର” ବୋଲି କହିଥିଲେ। ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ପରେ ବିଜେପିର ଜାତୀୟ ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ବିରୋଧୀ ଦଳ ନେତା ରାଜନୈତିକ ଆଲୋଚନା ଏବଂ ସଂସଦୀୟ ଆଚରଣର ମାନଦଣ୍ଡକୁ ନିମ୍ନସ୍ତରକୁ ନେଇ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନିରାଶ ହୋଇ ବାରମ୍ବାର ଭିତ୍ତିହୀନ ଏବଂ ମିଥ୍ୟା ଅଭିଯୋଗ ଲଗାଉଥିବା ଦ୍ବିବେଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ