Sunday, September 27, 2026
23.6 C
Odisha

    ଓଡ଼ିଶାକୁ ଜାଣିନଥିବା ଅଣଓଡ଼ିଆ ନେତା ନିଜକୁ ବିକାଶର ସୂତ୍ରଧର କହିବା ଓଡ଼ିଶାର ସ୍ୱାଭିମାନ ପ୍ରତି ଉପହାସ – ଅନିଲ ବିଶ୍ୱାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର– ଗଣତନ୍ତ୍ରର ହତ୍ୟା କରିଥିବା ତଥା ଓଡ଼ିଶାକୁ ଜାଣିନଥିବା ଅଣ ଓଡ଼ିଆ ନେତା ନିଜକୁ ବିକାଶର ସୂତ୍ରଧର କହିବା ଓଡିଶାର ସ୍ୱାଭିମାନ ପ୍ରତି ଉପହାସ ବୋଲି ବିଜେଡିର ପ୍ରେସ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଲ ।

    ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଞ୍ଜାମ ସମେତ ଓଡ଼ିଶାର ୧ କୋଟି ଲୋକ ବାପା ମାଆ ଓ ଆତ୍ମୀୟ ମାନଙ୍କୁ ଛାଡି ରୋଜଗାର ଆଶାରେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ଲୋକମାନେ ଓଡ଼ିଶାରୁ ଦାଦନ ଖଟିବାକୁ ଯାଉଉଥିବା ବେଳେ ଏହା କଣ ବିକାଶର ରୂପାନ୍ତରଣ କି ? ସେହିପରି ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଦୁର୍ନୀତି ହେବା କଣ ରାଜ୍ୟରେ ରୂପାନ୍ତରଣ କି ? ୩୫୦ କୋଟି ଟଙ୍କା ଦେଶୀମଦ ଭାଟିରୁ ବାହାରିବା ବିକାଶର ପ୍ରସଙ୍ଗ କି ? ୨୫ ବର୍ଷର ଲମ୍ବା ଶାସନରେ ବିକାଶକୁ ଆଖିଠାର କରିଛନ୍ତି ରାଜ୍ୟ ସରକାର । ଓଡ଼ିଆ ସ୍ୱାଭିମାନର ହତ୍ୟା କରି ପାଣ୍ଡିଆନ ଓଡ଼ିଶାର କଣ ରୂପାନ୍ତରଣ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ବିଶ୍ୱାଲ ପ୍ରଶ୍ନ କରିଛନ୍ତି ।

    ରାଜ୍ୟରେ ଦିବାଲୋକରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ହେଉଛି । କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ଭଳି ଝିଅର ନୃଶଂସ ହତ୍ୟା ହେଉଛି । ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଆଜି ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି । ରାଜ୍ୟରେ ଶିଶୁଙ୍କ ଅପପୁଷ୍ଟି ଓ ମହିଳା ରକ୍ତହୀନତାର ସ୍ଥିତି କଣ ? ରାଜ୍ୟରେ ଦୁର୍ନୀତି କରିବା ପାଇଁ ୨୫ ବର୍ଷ ହେବ ଅବକାରୀ ନୀତି ବଦଳାଯାଇନାହିଁ ? ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ଅର୍ଥସବୁ ବାଟମାରଣା ହୋଇ ବିଜେଡି ନେତାଙ୍କ ପକେଟ୍ ଗରମ ହେଉଥିବା ଖୋଦ୍ ଲୋକମାନେ ଅଭିଯୋଗ କରୁଛନ୍ତି । ଜନଜାତିଙ୍କ ଜମି ବିକ୍ରି କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ବେଳେ ଲୋକଙ୍କୁ ପାଣି ମୁନ୍ଦେ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଯାହା ଓଡ଼ିଶା ଇତିହାସରେ କେବେ ଘଟିନଥିଲା । ଏହା କ’ଣ ରୂପାନ୍ତରଣ କି?

    ଚିଟଫଣ୍ଡ ଭଳି ମହାଦୁର୍ନୀତିରେ ଓଡ଼ିଶାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ତାଙ୍କର ବର୍ଷ ବର୍ଷର ସଞ୍ଚିତ ଅର୍ଥ ହରାଇଛନ୍ତି । ଖଣି ଦୁର୍ନୀତିରେ ୫୪, ୦୦୦ କୋଟି ଟଙ୍କାର ରାଜସ୍ୱ ଲୁଟ ହେଲା । କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା । ବ୍ରହ୍ମ ବିଭ୍ରାଟ ହେବା ସହ ଦିନରେ ବ୍ରହ୍ମ ପରିବର୍ତ୍ତନ କରାଗଲା । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା । ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦେଇ ବୋଲଡୋଜର ଚଢାଇ ଦିଆଗଲା । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା ବୋଲି ଶ୍ରୀ ବିଶ୍ୱାଲ ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ