Thursday, November 20, 2025
18.6 C
Odisha

    ରାଉରକେଲାରେ ୧୩ ଜଣଙ୍କ ମୃତ୍ୟୁ ପରେ ଗଲା ସ୍ୱତନ୍ତ୍ର ଡାକ୍ତରୀ ଦଳ

    ଆଗକୁ ପଢନ୍ତୁ

    ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ମୃତଦେହର ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ସେପଟେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସତ୍ୟସତ ଅନୁଧ୍ୟାନ ପାଇଁ ପାଇଁ ରାଉରକେଲାକୁ ଯାଇଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଏସଆରସିଙ୍କ ନିର୍ଦ୍ଦେଶ ପରେ ଡାକ୍ତରୀ ଦଳ ରାଉରକେଲାରେ ଯାଇଛନ୍ତି । ସେଠାରେ ରୋଗୀଙ୍କୁ ଭେଟି ଘଟଣାର ଅନୁଧ୍ୟାନ କରିବେ । ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଡାକ୍ତରୀ ଟିମ୍ ଯାଇଛନ୍ତି । ଏହି ଟିମ୍ ରାଉରକେଲା ଯାଇ ସଂପୂର୍ଣ୍ଣ ଘଟଣାର ପୁଂଖାନୁପୁଙ୍ଖ ତଦନ୍ତ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    18.6 ° C
    18.6 °
    18.6 °
    91 %
    1.2kmh
    60 %
    Thu
    19 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ