Saturday, July 27, 2024
24.6 C
Odisha

    ଉଚ୍ଚ ରକ୍ତଚାପ ଅଛି କି? ଜାଣନ୍ତୁ ଏହାର କାରଣ ଓ ଶୀଘ୍ର କରନ୍ତୁ ନିରାକରଣ

    ଆଗକୁ ପଢନ୍ତୁ

    ଖରାପ ଜୀବନଶୈଳୀ, ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳନ କରାଯାଉଛି ଉଚ୍ଚ ରକ୍ତଚାପ ଦିବସ । ଉଦ୍ଦେଶ୍ୟ ରହିଛି ଏହି ବଡ ସମସ୍ୟା ସମ୍ପର୍କରେ କିପରି ଲେକଙ୍କୁ ଅବଗତ କରାଯାଇପାରିବ । ଗବେଷକଙ୍କ ମତଅନୁସାରେ ୨୦୨୦ ବେଳକୁ ଭାରତରେ ଏକ ତୃତୀୟାଂଶ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇ ସାରିଥିବେ । ୨୦୧୬ରେ ହୋଇଥିବା ଏକ ଗଣନାରୁ ଜଣାପଡିଛି ସହରାଞ୍ଚଳରେ ୨୦ ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୨ରୁ ୧୭ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଛନ୍ତି । ଭାରତରେ ବର୍ଷରେ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡନ୍ତି । ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ଵରେ ବର୍ଷକୁ ୧୨.୮ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ମୃତ୍ୟୁ ମୁଖରେ ପଡନ୍ତି । କିନ୍ତୁ ୭.୫ ମିଲିୟନ ଲୋକ କେବଳ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି । ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ହୋଇଥାଏ । କିନ୍ତୁ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ପିଲାଙ୍କଠାରେ ଦେଖାଯାଉଛି । ଆସନ୍ତୁ ଜାଣିବା ଏହାର ପ୍ରମୁଖ କାରଣ କଣ…
    ଅସ୍ଵାସ୍ଥ୍ୟକର ଖାଦ୍ୟ
    ବର୍ତ୍ତମାନ ସମୟରେ ସମସ୍ତେ ଫାଷ୍ଟପୁଡ୍, ଜଙ୍କଫୁଡ୍ ଓ ବାହାରେ ତିଆରି ହେଉଥିବା ତେଲ ମସଲା ଖାଦ୍ୟ ପସନ୍ଦ କରୁଛନ୍ତି । ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ । ଏହାଦ୍ଵାରା ରକ୍ତବାହୀ ନଳୀରେ କୋଲେଷ୍ଟେରଲ ବୃଦ୍ଧି ହୋଇ ନଳୀ ପଥକୁ ସରୁ କରିଦିଏ ଯାହା ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି କରାଏ ।

    ଶାରୀରିକ ପରିଶ୍ରମର ନ କରିବା
    ଆଜିର ଦିନର ଲୋକମାନେ ଶାରୀରିକ ପରିଶ୍ରମ ଅପେକ୍ଷା ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ଲୋକଙ୍କୁ ଶାରୀରିକ ଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ଵାରା ଶରୀରରେ ମେଦ ଜମା ହେଉଛି । ଯାହା ଉଚ୍ଚ ରକ୍ତଚାପର ଆଉ ଏକ ପ୍ରମୁଖ କାରଣ ।

    ଲୁଣ ଖାଇବା
    ଉଚ୍ଚ ରକ୍ତଚାପ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା । ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ଵାରା ହିଁ ରକ୍ତଚାପ ଅଧିକ ବୃଦ୍ଧି ହୋଇଥାଏ । ତେଣୁ ଯଥା ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ବ୍ୟକ୍ତି ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଆବଶ୍ୟକ ।

    ଦୁଃଚିନ୍ତା
    ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା ଓ ଅଧିକରୁ ଅଧିକ ଧନ ଅର୍ଜନ ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଫଳରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ ।

    ନିଶାସେବନ କରିବା
    ଆଜିର ଯୁବପିଢି ଗୁଟୁକା, ବିଡି, ସିଗାରେଟ୍ ଓ ଆଲକୋହଳ ଯୁକ୍ତ ପାନୀୟ ଗ୍ରହଣ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଇଥାଏ । ଏହାଦ୍ଵାରା ରକ୍ତ ଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବଢିଚାଲିଛି ।

    ହର୍ମୋନରେ ଅନିୟମତତା
    ହର୍ମୋନରେ ଅସନ୍ତୁଳନ ଦେଖାଦେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ । ବେଳେବେଳେ ବୟସ୍କମାନଙ୍କ କ୍ଷେତ୍ରରେ ହର୍ମୋନ ଅନିୟମିତତା ଫଳରେ ଉଚ୍ଚ ରକ୍ତଚାପ ହୋଇଥାଏ ।

    ଗର୍ଭନିରୋଧକ ବଟିକା
    ଗର୍ଭନିରୋଧକ ବଟିକା ଓ ପେନ୍ କିଲର ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ । ଏହି ବଟିକା ଦ୍ଵାରା ରକ୍ତ ଜମାଟ ବାନ୍ଧିଥାଏ । ଏହାଦ୍ଵାରା ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇ ନ ପାରିବା ଯୋଗୁଁ ଉଚ୍ଚ ରକ୍ତଚାପ ଦେଖାଯାଏ ।

    ନିଦ୍ରାହୀନତା
    ପର୍ଯ୍ୟାପ୍ତ ନିଦ ନ ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇପାରେ । ଦିନକୁ ୮ ଘଣ୍ଟା ଗାଢ ନିଦ୍ରାରେ ଶୋଇବା ଆବଶ୍ୟକ । ଯଦି ଏଥିରେ ଅନିୟମିତତା ଦେଖାଯାଏ ତେବେ ବ୍ୟକ୍ତି ଉପଯୁକ୍ତ ମାତ୍ରାରେ ଶୋଇ ପାରେ ନାହିଁ ଓ ଚିନ୍ତାରେ ରହେ ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ