Thursday, April 18, 2024
34 C
Odisha

    କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା: କମିଶନରଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

     ବିଳମ୍ବରେ ଆସିଲେ ଦରମା ବନ୍ଦକାର୍ଯ୍ୟରେ ଅବହେଳା ଯୋଗୁ କଠୋର ହେଲା ବିଏମସି । ଅଫିସ ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା । ଅଧ ଘଣ୍ଟା ବିଳମ୍ବରେ ଆସିଲେ ଛୁଟି ଦେବା ସହ ଦରମା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।କର୍ମଚାରୀଙ୍କୁ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମଧ୍ୟରେ ପହଂଚିବାକୁ ନିର୍ଦ୍ଦେଶ ରହିଛି । ଟ୍ରାଫିକ୍ ଜାମ, ଗାଡି ଖରାପ ଅବା ଅନ୍ୟାନ୍ୟ ଜରୁରୀକାଳୀନ ଅସୁବିଧା ପାଇଁ ୧୦ ଟା ୩୦ ଭିତରେ ପହଂଚିଲେ ନିୟମ କୋହଳ କରାଯାଇପାରେ । କିନ୍ତୁ ୧୦ ଟା ୩୦ ମିନିଟ୍ ପରେ ପଂହଚିଲେ ସେମାନଙ୍କ ଦରମା କଟାଯିବ । ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କୁ ପାଇଁ ଏହି ନିୟମ ଲାଗୁ ହେବ । ଫାଇଭ-ଟିରେ ଅର୍ନ୍ତଭୁକ୍ତ ହେବା ପରେ କଡା ପଦକ୍ଷେପ ଗ୍ରହଣ କରିଛି ବିଏମସି । ବିଏମସିର କାମ ନାହିଁ ତ ଦରମା ନାହିଁ ନୀତିକୁ ନେଇ ଶୁକ୍ରବାର ନୋଟିସ୍ ଜାରି କରାଯାଇଛି । ତେବେ ଏସବୁ ତଦାରଖ ପାଇଁ ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    16 %
    1.4kmh
    5 %
    Thu
    36 °
    Fri
    43 °
    Sat
    44 °
    Sun
    43 °
    Mon
    43 °

    ସମ୍ବନ୍ଧିତ