Sunday, May 5, 2024
28.6 C
Odisha

    ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ପତାକା ଦେଖାଇବା ସହ ଗଡିଲା ବନ୍ଦେ ଭାରତ ଟ୍ରେନ

    ଆଗକୁ ପଢନ୍ତୁ

    ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ସହ ଗଡିଛି ଅମୃତ ଭାରତ ଟ୍ରେନ ଓ ବନ୍ଦେ ଭାରତ ଟ୍ରେନ । ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରୋଡ ସୋ’ ସମୟରେ ସାଧାରଣ ଲୋକ ମୋଦିଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ ।

    ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ହେବାର ଅଛି । ତେବେ ୧୨ଟା ୧୫ରେ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ମୋଦୀଙ୍କ ସ୍ୱାଗତ ପାଇଁ ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ତେବେ ରୋଡ ସୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    59 %
    2.6kmh
    3 %
    Sun
    29 °
    Mon
    43 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ