Wednesday, September 23, 2026
23.7 C
Odisha

    ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ’: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ଧାମରା (ଭଦ୍ରକ),ତା.୧୫/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ । ଓଡ଼ିଶାର ପୁରାତନ ଅର୍ଥନୈତିକ ତଥା ବାଣିଜ୍ୟକ ବ୍ୟବସ୍ଥାର ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରାରେ ଆୟୋଜିତ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି ଯେ, ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଆଦି ଦ୍ୱୀପପୁଞ୍ଜକୁ ଯାଇ ବଣିଜ ବେପାର କରୁଥିଲେ । ସେମାନେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ସବୁ ଜାଗାରେ ପଂହଚାଉଥିଲେ । ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା । ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିିଛି । ଏହି ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ।
    ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାଶ ନାୟକ, ସିନେ ଅଭିନେତା ତଥା ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି, ହାସ୍ୟ ଅଭିନେତା ହରିହର ମହାପାତ୍ର, ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ପୁନମ୍ ମିଶ୍ର, ବରିଷ୍ଠ ନେତା ଓମ୍ ପ୍ରକାଶ ରାୟ, ବରିଷ୍ଠ ଆଇନଜୀବୀ ନିରୋଦ କୁମାର ସାହୁ, ପ୍ରଫେସର କାର୍ତିକ ଦାସ, ବୋଇତ ବନ୍ଦାଣ ମହୋତ୍ସବର ସଭାପତି ତ୍ରିଦିବେଶ ପ୍ରଧାନ, ମହୋତ୍ସବ ସମ୍ପାଦକ ପ୍ରିୟରଞ୍ଜନ ଜେନା, ଦେବେନ୍ଦ୍ର ପ୍ରଧାନ, ରୁଦ୍ରପ୍ରତାପ ମହାନ୍ତି, ଅତୁଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    99 %
    1.5kmh
    100 %
    Wed
    27 °
    Thu
    27 °
    Fri
    29 °
    Sat
    28 °
    Sun
    28 °

    ସମ୍ବନ୍ଧିତ