Tuesday, December 10, 2024
19.6 C
Odisha

    ଶୀତ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା; ଗୃହରେ ଆଦାନୀ ଝଡ଼, ବୁଧବାର ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ

    ଆଗକୁ ପଢନ୍ତୁ

    ସଂସଦରେ ଉଠିଲା ଆଦାନୀ ଲାଞ୍ଚ ପ୍ରସଙ୍ଗ । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲୋକସଭା ୨୭ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ଏପଟେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଶେଷ କରି ଆମେରିକାର ଆଦାନୀ ଲାଞ୍ଚ ଅଭିଯୋଗକୁ କେନ୍ଦ୍ର କରି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଉପରାଷ୍ଟ୍ରପତିଙ୍କୁ ସମ୍ବିଧାନର ଧାରା ୨୬୭ ଅନୁସାରେ ଆଦାନୀ ମାମଲା ଉପରେ ଆଲୋଚନା ପାଇଁ ଦାବି କରିଥିଲେ ଖଡ଼ଗେ । ହେଲେ ଉପରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଯାହାକୁ ନେଇ ରାଜ୍ୟସବା ଗୃହରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଉପରାଷ୍ଟ୍ରପତି ବିରୋଧୀଙ୍କୁ କୌଣସି ବି ଦାବିକୁ ଅନ ରେକର୍ଡ ଯିବ ନାହିଁ ବୋଲି ବାରମ୍ବାର କହିଥିବା ଶୁଣିବାକୁ ମିଳିଥିଲା ।

    ଏଥିସହିତ ଆଜି ଦିନକ ପାଇଁ ରାଜ୍ୟସଭା କାର୍ୟ୍ୟକାଳକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀବ ଧନକଡ଼ । ଶିଳ୍ପପତିଙ୍କ ନାଁରେ ସଂଗୀନ ଅଭିଯୋଗ ଆସିବା ସତ୍ତ୍ୱେ କାହିଁକି ମୋଦୀ ସରକାର ତଦନ୍ତ କରୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆମେରିକାରେ ଯଦି ତଦନ୍ତ ହୋଇପାରୁଛି ଭାରତରେ କ’ଣ ପାଇଁ କରାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    90 %
    0.8kmh
    100 %
    Tue
    27 °
    Wed
    25 °
    Thu
    26 °
    Fri
    26 °
    Sat
    26 °

    ସମ୍ବନ୍ଧିତ