Saturday, September 19, 2026
28.3 C
Odisha

    ୪ଲକ୍ଷ ୧୫ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଂଗପୁର‌ ଅଞ୍ଚଳରେ ବେଆଇନ୍‌ ବ୍ରାଉନସୁଗାର ବେପାର ଚାଲିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ୪୧.୫୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥି ସହିତ ଜଣେ ଯୁବକ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ସୁରେଶ ନାଏକ।
    ବ୍ରାଉନସୁଗାର ବେପାର ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଢ଼ାଉ କରାଯାଇଥିଲା। ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲଙ୍କୁ ନେଇ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୋରଦା ଗ୍ରାମରେ ପା‌ଟ୍ରୋଲିଂ କରୁଥିବା ସମୟରେ ୪୧.୫୨୦ ଗ୍ରାମ ବ୍ରାଉନସୁଗାର ଏବଂ ୧୨,୫୫୦ ଟଙ୍କା ଜବତ କରିବା ସହିତ ସେଥିରେ ସମ୍ପୃକ୍ତ ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୋରଦା ଗ୍ରାମର ସୁରେଶ ନାଏକଙ୍କୁ ଗିରଫ କରାଯାଇଛି।
    ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪,୧୫,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛିl ଚଢ଼ାଉ ସମୟରେ ଏ.ଏସ୍‌.ଆଇ ସୁଧାଂଶୁ ବେହେରା, କନେଷ୍ଟବଳ ବିପ୍ଳବ କୁମାର ମଲ୍ଲିକ, ଦିଲ୍ଲୀପ ଜେନା, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ପ୍ରିୟଙ୍କା ମହାନ୍ତ ପ୍ରଭୃତି ସାମିଲ ଥିଲେ।
    ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ ୫୮/୨୪-୨୫ ଏକ ମାମଲା ରୁଜ୍ଜୁ କରି ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ