Wednesday, September 16, 2026
26.1 C
Odisha

    ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
    ବାରିପଦା: ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି ବାରିପଦା ଟାଉନ୍ ପୁଲିସ। ଅଭିଯୁକ୍ତଠାରୁ ୧୯୯.୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଉକ୍ତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାଛଡ଼ା ଏକ ଭିଭୋ ସ୍ମାର୍ଟ ଫୋନ୍ ଓ ନଗଦ ୫୧୫୦ ଟଙ୍କା ଜବତ କରାଯାଇଥିବା ନେଇ ପୁଲସ ପକ୍ଷରୁ ସୂଚନା ଦିଆଯାଇଛି।
    ଅଭିଯୁକ୍ତର ନାମ ଗୋବିନ୍ଦ ପାଲ୍ (୪୨)ବୋଲି ଜଣାଯାଇଛି। ତାର ଘର ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ତାକତପୁରରେ। ସେ ବାରପଦାର ଟାଉନର ଗୋଲାପୋଲ ନିକଟରେ ବ୍ରାଉନସୁଗାର ଧରି ଠିଆ ହୋଇଥିବା ବେଳେ ପୁଲିସ ତାକୁ ଧରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    83 %
    1.1kmh
    60 %
    Wed
    27 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ