Sunday, October 18, 2026
23.2 C
Odisha

    ଏହି କମ୍ପାନୀ ଦେଲା ଅଫର; ୨୦୦ରୁ କମ୍‌ ଟଙ୍କାର ରିଚାର୍ଜରେ ମିଳିବ ୭୦ ଦିନର ଅନ୍‌ଲିମିଟେଡ୍‌ କଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ ଏଜେନ୍ସି ବିଏସ୍‌ଏନ୍‌ଏଲ୍‌ ଏହାର ଶସ୍ତା ରିଚାର୍ଜ ପ୍ଲାନରେ କୋଟି କୋଟି ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ଼୍ବସ୍ତି ଦେଇଛି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ବିଏସ୍‌ଏନ୍‌ଏଲ୍‌ ଏହାର ରିଚାର୍ଜ ତାଲିକାରେ ଉଭୟ ସର୍ଟ ଟର୍ମ ଏବଂ ଲଙ୍ଗ୍‌ ଟର୍ମ ପ୍ଲାନ ଯୋଡ଼ିଛି । ନିକଟରେ ଜିଓ, ଏୟାରଟେଲ ଆଦି କମ୍ପାନୀଗୁଡିକ ସେମାନଙ୍କର ଛୋଟ ଏବଂ ବଡ ରିଚାର୍ଜ ପ୍ଲାନ୍‌ରେ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଅନେକ ଉପଭୋକ୍ତା ଶସ୍ତା ପ୍ଲାନ ପାଇଁ ସିମ୍‌ ପୋର୍ଟାବିଲିଟି କରି କମ୍ପାନୀ ବଦଳାଉଛନ୍ତି। ଯଦି ଆପଣ ନିଜ ଫୋନରେ ବିଏସ୍‌ଏନ୍‌ଏଲ୍‌ ସିମ ବ୍ୟବହାର କରୁଛନ୍ତି ଏବଂ ଆପଣ କମ ଡାଟା କିନ୍ତୁ ଅଧିକ କଲିଂ ବୈଧତା ଚାହୁଁଛନ୍ତି, ତେବେ ବିଏସ୍‌ଏନ୍‌ଏଲ୍‌ର ୧୯୭ ପ୍ଲାନ ଜାଣିବା ଜରୁରୀ । ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନରେ, କମ୍ପାନୀ ଆପଣଙ୍କୁ କମ ମୂଲ୍ୟରେ ଗ୍ରାହକମାନଙ୍କୁ ୭୦ ଦିନର ଏକ ବୈଧତା ପ୍ରଦାନ କରେ । ଆପଣ ଯେ କୌଣସି ନେଟୱାର୍କକୁ ମାଗଣା ଅସୀମିତ କଲିଂ କରିପାରିବେ । ଏଥିରେ କମ୍ପାନୀ ଗ୍ରାହକମାନଙ୍କୁ ପ୍ରତିଦିନ ୨ଜିବି ଡାଟା ସୁବିଧା ମଧ୍ୟ ଦେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ