Wednesday, March 11, 2026
36.7 C
Odisha

    ଆଗାମୀ ବଜେଟ୍ ଭବିଷ୍ୟତବାଦୀ ହେବ: ରାଷ୍ଟ୍ରପତି ମୁର୍ମୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧିତ କରି ନୂତନ ନିର୍ବାଚିତ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆଗାମୀ ବଜେଟ୍‌ କିପରି ହେବ ସେନେଇ ତାଙ୍କର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ କେନ୍ଦ୍ର ବଜେଟ୍ ଭବିଷ୍ୟତବାଦୀ ହେବ ଏବଂ ଏହା ସରକାରଙ୍କ ସୁଦୂର ପ୍ରସାରୀ ନୀତି ପ୍ରତିଫଳିତ କରିବ।୧୮ତମ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିଲା ଏବଂ ରାଜ୍ୟସଭାର ୨୬୪ତମ ଅଧିବେଶନ ଜୁନ୍ ୨୭ ତାରିଖରେ ଆରମ୍ଭ ‌ହେବାକୁ ଯାଉଛି।

    ରାଷ୍ଟ୍ରପତି ମିଳିତ ବୈଠକକୁ ସମ୍ବୋଧିତ କରି ଆହୁରି ବି କହିଛନ୍ତି ଯେ  “ମୁଁ ୧୮ତମ ଲୋକସଭାର ସମସ୍ତ ନବନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତେ ଦେଶର ଭୋଟରଙ୍କ ବିଶ୍ୱାସ ଜିତି ଏଠାକୁ ଆସିଛନ୍ତି। ଦେଶ ତଥା ଲୋକଙ୍କ ସେବା କରିବା ପାଇଁ ଖୁବ୍ କମ୍ ଲୋକ ଏହି ସୁଯୋଗ ପାଇଛନ୍ତି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ନିଜର କର୍ତ୍ତବ୍ୟ ପୂରଣ କରିବେ।’’

    ରାଷ୍ଟ୍ରପତି ଅଙ୍ଗରକ୍ଷୀମାନଙ୍କ ସହିତ ରାଷ୍ଟ୍ରୀୟ ଭବନରୁ ଏକ ଶୋଭାଯାତ୍ରାରେ ରାଷ୍ଟ୍ରପତି ସଂସଦରେ ପହଞ୍ଚିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲୋକସଭା ତଥା ରାଜ୍ୟସଭାର ଅଧ୍ୟକ୍ଷମାନେ ସଂସଦ ଭବନରେ ସ୍ବାଗତ ଜଣାଇବା ସହ ପାରମ୍ପାରିକ ଢଙ୍ଗରେ ନିମ୍ନ ଗୃହରେ ଥିବା ତାଙ୍କ ଚାମ୍ବରକୁ ନିଆଯାଇଥିଲା।

    ଗୃହରେ ଲୋକସଭା ନିର୍ବାଚନ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, “କୋଟି କୋଟି ଦେଶବାସୀଙ୍କ ତରଫରୁ ମୁଁ ଭାରତର ନିର୍ବାଚନ ଆୟୋଗକୁ କୃତଜ୍ଞତା ଜଣାଉଛି। ଏହା ବିଶ୍ୱର ସବୁଠାରୁ ବଡ ନିର୍ବାଚନ ଥିଲା।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    16 %
    3.8kmh
    0 %
    Wed
    37 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ