Monday, September 14, 2026
29.6 C
Odisha

    ଓଲଟିଲା ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ବସ୍‌; ୬ ଛାତ୍ର ମୃତ

    ଆଗକୁ ପଢନ୍ତୁ

    ହରିଆଣା: ଗୁରୁବାର ସକାଳେ ହରିୟାଣାର ନର୍ନାଉଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସ୍କୁଲ୍‌ ବସଟି ଦୁଘର୍ଟଣାର ସମ୍ମୁଖୀନ ହୋଇ ଅନେକଙ୍କ ଜୀବନ ଯାଇଛି। ଜାଣିବାକୁ ମିଳିଛି ଯେ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ଟି ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଜଣ ଆହତ ହୋଇଛନ୍ତି। ଇଦ୍-ଉଲ୍-ଫିତଲ ପାଇଁ ଚାରିଆଡ଼େ ଛୁଟି ଥିବା ବେଳେ ସେହି ସ୍କୁଲ୍‌ଟି କିନ୍ତୁ ଖୋଲା ଥିଲା। ଏକ ଗ୍ରାମ ନିକଟରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବା ପରେ ଏପରି ଘଟିଥିବା ସୂନା ରହିଛି। ଜିଏଲ୍ ପବ୍ଲିକ୍ ସ୍କୁଲର ବସ୍ କାନିନାର ଉହାନି ଗ୍ରାମ ନିକଟରେ ଓଲଟି ପଡିଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲେ। ସରକାରୀ ଦଲିଲଗୁଡିକ ଦର୍ଶାଉଛି ଯେ ବସର ଫିଟନେସ୍ ସାର୍ଟିଫିକେଟ୍ ଛଅ ବର୍ଷ ପୂର୍ବେ ୨୦୧୮ ତାରିଖରେ ଶେଷ ହୋଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ