Tuesday, September 29, 2026
23.6 C
Odisha

    ୬ ବର୍ଷ ପରେ ଏନ୍‌ଡିଏକୁ ଫେରିପାରନ୍ତି ଚନ୍ଦ୍ରବାବୁ ନାଇଡୁ

    ଆଗକୁ ପଢନ୍ତୁ

    ଚେନ୍ନାଇ: ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଦୀର୍ଘ ୬ ବର୍ଷ ପରେ ଫେରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଗୁରୁବାର ବିଳମ୍ବିତ ରାତିରେ ଟିଡିପି ମୁଖ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମିଳିତ ମଞ୍ଚର ସମ୍ଭାବନାକୁ ନେଇ ଦୁଇ ନେତା ଆଲୋଚନା କରିଥିଲେ। ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ସୂତ୍ରରୁ ପ୍ରକାଶ। ସୂଚନା ରହିଛି ଯେ ଉଭୟ ଦଳ ହାତ ମିଳାଇବାକୁ ରାଜି ଅଛନ୍ତି।
    ଏଥିସହ ନାଇଡୁ ଏବଂ ଶାହା ଶୁକ୍ରବାର ଦିନ ମଧ୍ୟ ସାକ୍ଷାତ ହେବାର ସମ୍ଭାବନା ରହିଛି। ଏହି ବୈଠକରେ ଜନ ସେନା ପାର୍ଟି (ଜେଏସପି) ସଭାପତି ପୱନ କଲ୍ୟାଣ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ନେତାଙ୍କ ମଧ୍ୟରେ ଶୁକ୍ରବାରର ବୈଠକରେ ଟିଡିପି-ବିଜେପି-ଜନସେନା ମଧ୍ୟରେ ଆସନ ବାଣ୍ଟିବା ସୂତ୍ର ମଧ୍ୟ ସିଲ୍ ହେବ ବୋଲି ଆଶା କରାଯାଉଛି।

    ୨୦୧୮ ମସିହାରେ ନାଇଡୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବାବେଳେ ଟିଡିପି ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ଅଂଶ ଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଟିଡିପି ନେତାମାନେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ମିଳିତ ମଞ୍ଚରେ ଅଧିକ ବିଳମ୍ବ ହେବା ଲାଭଦାୟକ ହେବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ