Sunday, March 22, 2026
32.5 C
Odisha

    ଉଜ୍ଜଳା ଯୋଜନାରେ ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ଜାରି ରହିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ । ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ ପାଇବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧୦ କୋଟି ପରିବାର ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଗେଇଛନ୍ତି । ତେବେ ଏହା ଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ୧୨ ହଜାର କୋଟିର ବୋଝ ପଡ଼ିବ । ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ଯେ କ୍ୟାବିନେଟ୍ ୫ ବର୍ଷ ପାଇଁ ୧୦୩୭୧.୯୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ‘ଇଣ୍ଡିଆ ଏଆଇ ମିଶନ’କୁ ଅନୁମୋଦନ କରିଛି। ଏଥିସହ ଝୋଟ ଦରକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ପୀୟୂଷ ଗୋୟଲ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଝୋଟର ଏମଏସପିରେ ୧୨୨ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ଦ୍ୱାରା ୪୪ ଲକ୍ଷ ଜୁଟ ଚାଷୀ ସିଧାସଳଖ ଉପକୃତ ହେବେ । ବିଶେଷ କରି ବିହାର, ବଙ୍ଗଳା, ଆସାମ ଓ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର କୃଷକମାନେ ଏହା ଦ୍ୱାରା ଉପକୃତ ହେବେ।

    ସରକାର ଗତ ବର୍ଷ ସବସିଡିଯୁକ୍ତ ଘରୋଇ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଥିଲେ । ଏହା ସହିତ ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୩୦୦ ଟଙ୍କାର ସବସୀଡି ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ