Sunday, May 10, 2026
24.8 C
Odisha

    ଫାଟିଲା ପାଇପ୍‌, ଭାସିଲା ବିର୍ସା ମୁଣ୍ଡା ଛକ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରିସରସ୍ଥ ଏନ୍‌ଏସ୍‌ପିସିଏଲ୍‌ ପାଣି ପାଇପ୍‌ ଫାଟିଯିବାରୁ ବିର୍ସା ମୁଣ୍ଡା ଛକ ଭାସିଥିଲା। ପ୍ରାୟ ୩ ଘଣ୍ଟା ଧରି ବିର୍ସା ମୁଣ୍ଡା ଛକ ଚତୁଃପାର୍ଶ୍ବରେ କାରଖାନାରୁ ଆସୁଥିବା ଗୋଳିଆ ପାଣି ଜମି ରହିଥିଲା। ପଥଚାରୀଙ୍କୁ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁୀଖୀନ ହୋଇଥିଲେ। ବିର୍ସା ମୁଣ୍ଡା ଛକ ସହର ପ୍ରମୁଖ ଜନଗହଳିପୂର୍ଣ୍ଣ ଛକ ହୋଇଥିବାରୁ ଦୁଇ ଚକିଆ ଯାନ ଓ ପଥଚାରୀମାନେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ କର୍ମଚାରୀମାନେ ଏନ୍‌ଏସ୍‌ପିସିଏଲ୍‌ ଫାଟିଥିବା ପାଣି ପାଇପକୁ ମରାମତି କରିବାରେ ସକ୍ଷମ ହୋଇଥିଲେ।କାରଖାନା ଭିତରକୁ ପାଣି ଆସିବା ବନ୍ଦ ହେବା ପରେ ବିର୍ସା ମୁଣ୍ଡା ଛକରେ ଯାତାୟତ ସ୍ବାଭାବିକ ହୋଇଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ଏନ୍‌ଏସ୍‌ପିସିଏଲ୍‌କୁ ଯାଇଥିବା ପାଣି ପାଇପ୍‌ ଫାଟିଲା, ତା’ ତଦନ୍ତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.8 ° C
    24.8 °
    24.8 °
    82 %
    1.5kmh
    11 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ