Wednesday, October 23, 2024
21.7 C
Odisha

    ଫାଟିଲା ପାଇପ୍‌, ଭାସିଲା ବିର୍ସା ମୁଣ୍ଡା ଛକ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରିସରସ୍ଥ ଏନ୍‌ଏସ୍‌ପିସିଏଲ୍‌ ପାଣି ପାଇପ୍‌ ଫାଟିଯିବାରୁ ବିର୍ସା ମୁଣ୍ଡା ଛକ ଭାସିଥିଲା। ପ୍ରାୟ ୩ ଘଣ୍ଟା ଧରି ବିର୍ସା ମୁଣ୍ଡା ଛକ ଚତୁଃପାର୍ଶ୍ବରେ କାରଖାନାରୁ ଆସୁଥିବା ଗୋଳିଆ ପାଣି ଜମି ରହିଥିଲା। ପଥଚାରୀଙ୍କୁ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁୀଖୀନ ହୋଇଥିଲେ। ବିର୍ସା ମୁଣ୍ଡା ଛକ ସହର ପ୍ରମୁଖ ଜନଗହଳିପୂର୍ଣ୍ଣ ଛକ ହୋଇଥିବାରୁ ଦୁଇ ଚକିଆ ଯାନ ଓ ପଥଚାରୀମାନେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ କର୍ମଚାରୀମାନେ ଏନ୍‌ଏସ୍‌ପିସିଏଲ୍‌ ଫାଟିଥିବା ପାଣି ପାଇପକୁ ମରାମତି କରିବାରେ ସକ୍ଷମ ହୋଇଥିଲେ।କାରଖାନା ଭିତରକୁ ପାଣି ଆସିବା ବନ୍ଦ ହେବା ପରେ ବିର୍ସା ମୁଣ୍ଡା ଛକରେ ଯାତାୟତ ସ୍ବାଭାବିକ ହୋଇଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ଏନ୍‌ଏସ୍‌ପିସିଏଲ୍‌କୁ ଯାଇଥିବା ପାଣି ପାଇପ୍‌ ଫାଟିଲା, ତା’ ତଦନ୍ତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ