Tuesday, October 13, 2026
24.9 C
Odisha

    ପ୍ରାଣୀଧନ ଚିକିତ୍ସକଙ୍କ ପ୍ରଶିକ୍ଷଣ ଅବଧି ୧୨ମାସକୁ ହ୍ରାସ କରିବାକୁ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ଏକ ପ୍ରସ୍ତାବ ରଖାଯାଇଥିଲା। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ପ୍ରାଣୀଧନ ଚିକିତ୍ସକଙ୍କ ପ୍ରଶିକ୍ଷଣ ଅବଧି ୨୪ ମାସରୁ ୧୨ମାସକୁ ହ୍ରାସ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ଏଥିସହ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ସର୍ବନିମ୍ନ ଦରମା ୨୧ ହଜାର ୭ଶହ ଟଙ୍କା ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହାଦ୍ୱାରା ଯୋଗ୍ୟତା ସମ୍ପନ୍ନ ମେଧାବୀ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବାରେ ଯୋଗ ଦେବାକୁ ଇଚ୍ଛୁକ ହେବେ। ଏଥିସହ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ