Tuesday, September 8, 2026
23.8 C
Odisha

    ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଏପରି କହିଲେ ୱାର୍ନର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ଚେହେରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ କ୍ରିକେଟର ରବିନ୍ଦ୍ର ଜାଡେଜା, ଅନିଲ କୁମ୍ବଲେ ଏବଂ ଭେଙ୍କଟେଶ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତେବେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ନରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଅଯୋଧ୍ୟା ରାମ ମନ୍ଦିର ସମ୍ବନ୍ଧୀୟ ପୋଷ୍ଟ କରିଛନ୍ତି। ଡେଭିଡ ୱାର୍ନର ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏହି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ପ୍ରଭୁ ରାମଙ୍କୁ ଦେଖିବାକୁ ମିଳିଛି । ଅଷ୍ଟ୍ରେଲୀୟ ଓପନର୍‌ କ୍ୟାପଶନରେ ଲେଖିଛନ୍ତି – ଜୟ ଶ୍ରୀରାମ ଇଣ୍ଡିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.8 ° C
    23.8 °
    23.8 °
    92 %
    1.4kmh
    46 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ