Monday, April 13, 2026
40.8 C
Odisha

    ସେ ନ୍ୟାୟିକ ହେପାଜତରେ ଥିବାବେଳେ ତାଙ୍କୁ ଗିରଫ କଲ କିପରି: ସିବିଆଇକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବାବେଳେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ହେତୁ ସିବିଆଇକୁ ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ଗୁରୁବାର ସିବିଆଇକୁ କେଜ୍ରିୱାଲ୍‌ଙ୍କୁ ଗିରଫ କରିବା ପ୍ରସଂଗରେ ଅନେକ କଥା ପଚାରିଛନ୍ତି। ସିବିଆଇ ଦ୍ବାରା ହୋଇଥିବା ଗିରଫଦାରୀକୁ କେଜ୍ରିୱାଲ୍‌ ଚ୍ୟାଲେଞ୍ଜ୍‌ କରି କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ “ଯେତେବେଳେ ଜଣେ ଜେଲରେ ଅଛନ୍ତି। ଯଦି ଆପଣ ତାଙ୍କୁ ପୁନର୍ବାର ଗିରଫ କରୁଛନ୍ତି ତେବେ ଆପଣଙ୍କୁ କୋର୍ଟର ଅନୁମତି ଦରକାର। ଏହା ଅପରାଧିକ ପ୍ରକ୍ରିୟାରେ ଅଛି। ମାତ୍ର ସିବିଆଇ କୋର୍ଟର ଅନୁମତି ବିନା ଗିରଫ କଲା କିପରି?’’

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍‌ଙ୍କ ଜାମିନ୍‌ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଏହାକୁ ବିରୋଧ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଶୀର୍ଷ ଅଦାଲତକୁ ଗୁରୁବାର କେଜ୍ରିୱାଲ୍‌ଙ୍କ ଜାମିନ୍‌ ଶୁଣାଣି କରିବାକୁ ଥିବା ବେଳେ ସିବିଆଇ ଯୁକ୍ତି କରିଥିଲା ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ସହ-ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ। ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଏଜେନ୍ସି ଏହା ମଧ୍ୟ କହିଥିଲା ଯେ ସେ ଜେଲରେ ଥିବାବେଳେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ