Friday, April 3, 2026
39.1 C
Odisha

    ଖୋ ଖୋ ଖେଳିବାକୁ ଯାଇ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

    ଆଗକୁ ପଢନ୍ତୁ

    1. ଝାରସୁଗୁଡ଼ା ସୁନାରୀମୁଣ୍ଡା ଛକରେ ଥିବା ଡିଭାଇଡରରେ କାର୍‌ ଧକ୍କା ହେବାରୁ  ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବାରୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଅନୁସାରେ ଝାରସୁଗୁଡ଼ାର ଏକ ପ୍ରାଇଭେଟ୍‌ ସ୍କୁଲର ଛାତ୍ରମାନେ ବାଲେଶ୍ୱର ଖୋ ଖୋ ଖେଳିବାକୁ ଯାଇ ଆସିଥିବାରୁ ତାଙ୍କୁ ରେଲଓ୍ବେ ଷ୍ଟେଶନରେ ସ୍ବାଗତ କରାଯାଇଥିଲା। ସେମାନେ ଖୁସିରେ ଏକ ମାରୁତି ସ୍ବିଫ୍ଟ କାର୍‌ ରେ କ୍ରିଷ୍ଣା ଯାଦବ, ଉମିତ ଓରାମ, ମେଘନାଦ ଓରାମ ଓ ତାଙ୍କ ୩ ଜଣ ସାଙ୍ଗଙ୍କୁ ନେଇ ବୁଲି ଯାଇ ସୁନାରୀମୁଣ୍ଡାରୁ ଝାରସୁଗୁଡା ସହର ପଟକୁ ଆସୁଥିବା ବେଳେ ହୋଟେଲ ଉତ୍କଳ କଣ୍ଟିନେଟାଲ ପାଖରେ ଥିବା ଏକ ଡିଭାଇଡରରେ ଯାଇ କାର୍‌ଟି ବହୁତ ଜୋରରେ ପିଟି ହୋଇଥିଲା। ଫଳରେ କାର୍‌ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଓ ଟାଉନ ଥାନା ପୋଲିସ ସହାୟତାରେ କାର୍‌ରେ ଥିବା ୬ ଜଣଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର କ୍ରିଷ୍ଣା ଯାଦବ(୧୫)ଙ୍କୁ ମୃତ ଘୋଷଣା କରିଥିବା ବେଳେ ବାକି ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ