Wednesday, February 5, 2025
34.5 C
Odisha

    ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ

    ଆଗକୁ ପଢନ୍ତୁ

    ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ । ତାଙ୍କ କୋଲକାତା ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗତକାଲି ମହୁଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ । ଏହି ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବା ସହ ୬ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାର୍ଚ୍ଚ ୧୫ତାରିଖରେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ଏହାସହ ପ୍ରତି ମାସ ମଧ୍ୟ ଯାଞ୍ଚ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଏହି ମାମଲାରେ ଗତବର୍ଷ ନିଜର ଲୋକସଭା ସଦସ୍ୟତା ହରାଇଛନ୍ତି ମହୁଆ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ରହିଛି । ଏହାସହ ମହୁଆ ତାଙ୍କର ସଂସଦୀୟ ଲଗ-ଇନ୍ ତଥ୍ୟ ମଧ୍ୟ ଦେଇଥିବା ଅଭିଯୋଗ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ