Wednesday, April 8, 2026
22.9 C
Odisha

    ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ

    ଆଗକୁ ପଢନ୍ତୁ

    ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ । ତାଙ୍କ କୋଲକାତା ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗତକାଲି ମହୁଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ । ଏହି ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବା ସହ ୬ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାର୍ଚ୍ଚ ୧୫ତାରିଖରେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ଏହାସହ ପ୍ରତି ମାସ ମଧ୍ୟ ଯାଞ୍ଚ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଏହି ମାମଲାରେ ଗତବର୍ଷ ନିଜର ଲୋକସଭା ସଦସ୍ୟତା ହରାଇଛନ୍ତି ମହୁଆ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ରହିଛି । ଏହାସହ ମହୁଆ ତାଙ୍କର ସଂସଦୀୟ ଲଗ-ଇନ୍ ତଥ୍ୟ ମଧ୍ୟ ଦେଇଥିବା ଅଭିଯୋଗ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ