Monday, March 30, 2026
25.4 C
Odisha

    ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର କର୍ମୀ ସାଜି ନିର୍ବାଚନ ପ୍ରଚାର କରନ୍ତି : ଗୋଲକ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୫/୦୪: ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଗୁଣ୍ଡାଭଳି କାର୍ଯ୍ୟ କରିବା ସହ କର୍ମୀ ସାଜି ନିର୍ବାଚନ ପ୍ରଚାର ମଧ୍ୟ କରନ୍ତି । ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜର କର୍ମୀ ଭଳି ବ୍ୟବହାର କରେ । ଯାହାର ନମୁନା ବିଗତଦିନମାନଙ୍କରେ ଦେଖାଯାଇଛି ଏବଂ ବର୍ତମାନ ମଧ୍ୟ ଜାରୀ ରହିଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପତିତପାବନ କଲେଜର ଜଣେ କର୍ମଚାରୀ ଆଲୋକ କୁମାର ଦାସ ଖୋଲାଖୋଲି ଭାବେ ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ତାଙ୍କ ପୁଅ ତଥା ବିଜେଡି ନେତା ଦେବାଶିଷ ପାତ୍ରଙ୍କ ପାଇଁ ଖୋଲା ମଇଦାନରେ ପ୍ରଚାର କରିବାର ଭିଡିଓ ଓ ଫଟୋ ଖବର କାଗଜର ପୃଷ୍ଠା ମଣ୍ଡନ କରିଛି । ସେହିପରି ଧଉଳି ଓ ଲିଙ୍ଗିପୁର ପଂଚାୟତର ଯୋଗାଣ ଅଧିକାରୀ ପ୍ରକାଶ କୁମାର ସ୍ୱାଇଁ ବିଜେଡିର ଉତର-ଭୁବନେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କ ପାଇଁ ଖୋଲାଖୋଲି ଭାବେ ପ୍ରଚାର କରୁଛନ୍ତି । ଏହି ଦୁଇ ଅଧିକାରୀ ଶାସକ ବିଜେଡି ପାଇଁ ଦଳୀୟ ପ୍ରଚାର କରି ଜନପ୍ରତିନିଧି ଆଇନ-୧୯୫୧ ର ଧାରା ୧୨୯କୁ ଉଲ୍ଲଂଘନ କରିଛନ୍ତି । ତୁରନ୍ତ ଏହି ଦୁଇ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭବିଷ୍ୟତରେ ଅନ୍ୟ ସରକାରୀ ଅଧିକାରୀମାନେ ଦଳୀୟ ପ୍ରଚାରରୁ ନିବୃତ ରହିବେ । ଉଭୟଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
    ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ଲଗାଇବାରୁ ରାଜ୍ୟ ସରକାର ବିଚ୍ୟୁତ ରୁହନ୍ତୁ । ଯଦି ନରହିବେ ତାହାଲେ କିଛିଦିନ ତଳେ ନିର୍ବାଚନ କମିଶନ ଯେଉଁ ଭଳି ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଓ ୨ଜଣ ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେହିଭଳି ସ୍ଥିତି ଉତ୍ପନ ହେବ ଏବଂ ସେମାନେ ନିଲମ୍ବନ ମଧ୍ୟ ହେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ