Monday, October 19, 2026
21.9 C
Odisha

    ଓଡିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡି : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୫/୦୪: ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ଓଡିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡି । ଦୁର୍ନିତୀ, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ବିଜେଡି ନେତା, ମନ୍ତ୍ରୀଙ୍କ ଅସ୍ୱାଭାବିକ ବିକାଶ ହୋଇଛି । ଓଡ଼ିଶାରେ ସବୁଥାଇ ବି ଆଜି ଓଡ଼ିଆ ଲୋକ ଗରିବ । ଗତ ଦଶ ବର୍ଷରେ ମୋଦି ସରକାର ୧୮.୮୬ ଲକ୍ଷ କୋଟି ଟଙ୍କାର ଅନୁଦାନ ଓ ସହାୟତା ଯୋଗଇବା ସତ୍ୱେ ବିଜେଡି ସରକାର କାରଣରୁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିବାର ଅପଚେଷ୍ଟା କରାଯାଉଛି । ଓଡିଆ ଅସ୍ମିତା ଏବଂ ସ୍ୱାଭୀମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡିଶାବାସୀ ଅସ୍ତବ୍ୟସ୍ତ । ବିଜେପି ଶାସନକୁ ଆସିଲେ ଏ ସମସ୍ତ ସମସ୍ୟାରେ ପୂର୍ଣ୍ଣଛେଦ ପଡିବ । ୨୦୨୪ ନିର୍ବାଚନରେ ବିଜେଡି ଯାଉଛି, ବିଜେପି ଆସୁଛି । ବିଜେଡି ଓ କଂଗ୍ରେସର ଅନେକ ନେତୃବୃନ୍ଦ ବିଜେପିରେ ଯୋଗ ଦେଉଛନ୍ତି । ଓଡ଼ିଆ ଲୋକଙ୍କ ଆତ୍ମବିଶ୍ୱାସ ଫେରିବା ସହ ରାଜନୈତିକ ବ୍ୟବସ୍ଥାର ପରିବର୍ତନ ହେବ ଏବଂ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ହେବ । ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ବିଜେପିରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଶ୍ରୀ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାସଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଂଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାଁନ୍‌, ପିତେଇପୁରର ପୂର୍ବତନ ସରପଂଚ ନରେନ୍ଦ୍ର ବେହେରା, ହିମାଂଶୁ ରଞ୍ଜନ ମହାନ୍ତି, ତାରତଙ୍ଗା ପଂଚାୟତ ସମିତି ସଦସ୍ୟ ଲୋକନାଥ ମହାନ୍ତି, କାଦୁଆପଡା ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଶୋକ କୁମାର ଖଟୁଆ, ପଲ୍ଲିର ପୂର୍ବତନ ସରପଂଚ ଉପେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ଭୋଇ, ବିଜେଡି ନେତା ବରଦା ପ୍ରସାଦ ରାୟ, ବିନତ କୁମାର ତରାଇ, ଅକ୍ଷୟ କୁମାର ଭୋଇ, ଉତମ ପୃଷ୍ଟି, ସୁଶାନ୍ତ ସ୍ୱାଇଁ, ସୁଶୀଲ ଦାସ, ରବି ସେଠୀ, ରଶ୍ମି ରଞ୍ଜନ ମାନିଆ, ରବି ସେନାପତି, କମଳା କିସନ ବେହେରା, କରନ ଖାନ୍‌, ଶେଖ ନାସିର, ଡ.ଦେବୀପ୍ରସାଦ ସାହାଣି, ତନ୍ମୟ ମହାପାତ୍ର, ଆତିଶ କୁମାର ସ୍ୱାଇଁ, ସୌମ୍ୟରଞ୍ଜନ ସ୍ୱାଇଁ, କ୍ରୀତିରଞ୍ଜନ ଦାସ, ଶେଖ ନାସିରୁଦିନ, ସୌରଭ ସୁରଜ ନନ୍ଦ, ସ୍ମୃତିରଞ୍ଜନ ବେହେରା, ଶରତ ସ୍ୱାଇଁ, ତାପସ ଦାସ, ରାଜକିଶୋର ସ୍ୱାଇଁ, ବିଧୂଭୁଷଣ ତ୍ରିପାଠୀ, ବଳରାମ ବେହେରା, ମନୋରମା ବେହେରା, ବାଙ୍କନିଧି ରାଉତରାୟ ବିଜେପିରେ ଯୋଗ ଦେଇଛନ୍ତି ।
    ସେହିପରି ନାଉଗାଁ ବ୍ଲକର ପୂର୍ବତନ ପଂଚାୟତ ସମିତି ସଦସ୍ୟ ପର୍ଶୁରାମ ଜେନା, ବିଷ୍ଣୁଚରଣ ବେହେରା, ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ଧନେଶ୍ୱର ନାୟକ, ପ୍ରଭାସିନି ବେହେରା, ପଂଚାୟତ ସଦସ୍ୟ ସଭାପତି ପପୁ ମଲ୍ଲିକ, ନୂଆଗାଁ ଗ୍ରାମ ପଂଚାୟତ ସଭାପତି ବିପିନ ବେହେରା, ତିରୁନା ଗ୍ରାମ ପଂଚାୟତ ସଭାପତି ରଞ୍ଜନ ବିଶ୍ୱାଳ, ଛାତ୍ର ନେତା ତାପସ କୁମାର ଦାସ, ଯୁବନେତା ଜ୍ଞାନ ରଞ୍ଜନ ପରିଡା, ଓମ୍‌ପ୍ରକାଶ ନାୟକ, ପୂର୍ବତନ ସାଧାରଣ ସମ୍ପାଦକ ବିସ୍ମୟ ନନ୍ଦ ସ୍ୱାଇଁ, ଆୟନ ଗ୍ରାମ ପଂଚାୟତ ପୂର୍ବତନ ସଭାପତି କ୍ଷେତ୍ରମୋହନ ନାୟକ, ପୂର୍ବତନ କାଉନସିଲର ସବିତା ଦାସ, ନାଉଗାଁ ବ୍ଲକ ପୂର୍ବତନ ସମ୍ପାଦକ ବିଜୟ ବାରିକ, ସରପଂଚ ରାଜେଧର ଦାସ, ଶିଖର ଗ୍ରାମ ପଂଚାୟତ ପୂର୍ବତନ ସଭାପତି ଦଧିବାବନ ଜେନା, ତୁମ୍ଭା ଗ୍ରାମ ପଂଚାୟତ ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଜିତ୍ କୁମାର ଲେଙ୍କା, ପଲ୍ଲି ଗ୍ରାମ ପଂଚାୟତ ପୂର୍ବତନ ସଭାପତି ବିଜୟ କୁମାର ସିଂ, ଆୟନ ଗ୍ରାମ ପଂଚାୟତ ପୂର୍ବତନ ନେତା ପୂର୍ଣ୍ଣନନ୍ଦ ଓଝା, ସାଲଜଙ୍ଗ ଗ୍ରାମ ପଂଚାୟତ ପୂର୍ବତନ ସମିତି ସଦସ୍ୟ ଉତମ ଚରଣ ପୃଷ୍ଟି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ତରାଇ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ଓମ୍ ପ୍ରକାଶ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ