Thursday, April 2, 2026
38.5 C
Odisha

    CERT ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ବିଚାର ବିଭାଗକୁ ନେଇ ଭୁଲ୍ ତଥ୍ୟ ଦେଇଥିବା ବିଶେଷଜ୍ଞ ହେଲେ ‘ବ୍ଲାକଲିଷ୍ଟ’

    ଆଗକୁ ପଢନ୍ତୁ

    NCERT ବିଶେଷଜ୍ଞ ହେଲେ ‘ବ୍ଲାକଲିଷ୍ଟ’ । NCERT ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଏହାସହ ବିଚାର ବିଭାଗକୁ ନେଇ ଭୁଲ୍ ତଥ୍ୟ ଦେଇଥିବା ବିଶେଷଜ୍ଞ ହେଲେ ‘ବ୍ଲାକଲିଷ୍ଟ’ । ​ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ବିବାଦୀୟ ଅଧ୍ୟାୟକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ଦିନ ଶୁଣାଣି ସମୟରେ କୋର୍ଟ NCERT ର କାର୍ଯ୍ୟଶୈଳୀକୁ “ଉଦବେଗଜନକ” ବୋଲି କହିଛନ୍ତି।

    NCERT ନିର୍ଦ୍ଦେଶକ କୋର୍ଟଙ୍କୁ ଜଣାଇଥିଲେ ଯେ ସେହି ବିବାଦୀୟ ପାଠ୍ୟକ୍ରମକୁ ବଦଳାଇ ଦିଆଯାଇଛି। କିନ୍ତୁ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଏହି ନୂଆ ପାଠ କେଉଁ ବିଶେଷଜ୍ଞମାନେ ଲେଖିଛନ୍ତି ଏବଂ ଏଥିରେ କୌଣସି ଜଣାଶୁଣା ବିଚାରପତି ବା ଆଇନଜୀବୀ କାହିଁକି ସାମିଲ ନାହାନ୍ତି? କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜଣେ ଅବସରପ୍ରାପ୍ତ ବିଚାରପତି, ଜଣେ ଶିକ୍ଷାବିତ୍ ଏବଂ ଜଣେ ବରିଷ୍ଠ ଆଇନଜୀବୀଙ୍କ କମିଟି ଯାଞ୍ଚ ନକରିବା ଯାଏଁ ଏହି ପାଠ ପ୍ରକାଶ ପାଇବ ନାହିଁ। ପୂର୍ବରୁ ସେହି ବିବାଦୀୟ ଅଧ୍ୟାୟ ଲେଖିବାରେ ସାମିଲ ଥିବା ତିନିଜଣ ବିଶେଷଜ୍ଞ, ପ୍ରଫେସର ମିସେଲ୍ ଡାନିନୋ, ସୁପର୍ଣ୍ଣା ଦିବାକର ଏବଂ ଆଲୋକ ପ୍ରସନ୍ନ କୁମାରଙ୍କୁ କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

    କୋର୍ଟଙ୍କ ଅନୁସାରେ, ଏହି ବ୍ୟକ୍ତିମାନେ ହୁଏତ ଭାରତୀୟ ନ୍ୟାୟପାଳିକା ବିଷୟରେ ଜାଣନ୍ତି ନାହିଁ କିମ୍ବା ଜାଣିଶୁଣି ଛୋଟ ପିଲାଙ୍କ ମନରେ ନ୍ୟାୟପାଳିକା ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସରକାରୀ ପାଣ୍ଠିରୁ ସେମାନଙ୍କୁ କୌଣସି ପେମେଣ୍ଟ ଦିଆଯିବ ନାହିଁ । କୋର୍ଟ ଦେଖିବାକୁ ପାଇଛନ୍ତି ଯେ କିଛି ଲୋକ ସୋସିଆଲ ମିଡ଼ିଆରେ ଏହି ବିଷୟକୁ ନେଇ ଅତି ଦାୟିତ୍ୱହୀନ ଭାବେ ପୋଷ୍ଟ କରୁଛନ୍ତି । ଯେଉଁମାନେ ଭୁଲ୍ ତଥ୍ୟ ପ୍ରସାର କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଆଇନ ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଭୋପାଳ ସ୍ଥିତ ନ୍ୟାସନାଲ ଜୁଡିସିଆଲ୍ ଏକାଡେମୀର ସହଯୋଗ ନେବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ