Wednesday, April 8, 2026
22.9 C
Odisha

    ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

    ଆଗକୁ ପଢନ୍ତୁ

    ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଆଜି ସନ୍ଧ୍ୟା ୫ ଟା ୩୦ରେ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୪ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା କାର୍ତ୍ତିକ ନିର୍ଘଣ୍ଟ ଅନୁମୋଦନ ଉପରେ ବିଶେଷ ଆଲୋଚନା ହେବ ବୋଲି ସୂଚନା ମିଳିଛି। ନୂଆ ଦର୍ଶନ ବ୍ୟବସ୍ଥାରେ ଅବଢ଼ା ଯୋଜନା ଅନ୍ତର୍ଗତ ଓବିସିସି ଦ୍ଵାରା ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିବାକୁ ଥିବା ଏସି ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ସମସ୍ତ ସେବାୟତ ପ୍ରତିନିଧିଙ୍କ ବୈଠକରେ ଉପସ୍ଥିତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଥିବା ବେଳେ ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା ହେଇପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଘୋଷଣା ହୋଇ ନଥିବାରୁ , ଛତିଶା ନିଯୋଗ ବୈଠକ ଅଧିକ ଗୁରୁତ୍ବ ବହନ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ