Monday, September 28, 2026
22.5 C
Odisha

    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି। ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ମୋଟ୍ ଶହେଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ୨୨ଗୋଟି ମାମଲା ଦୋଷମୁକ୍ତ ହୋଇଛି ଏବଂ ୬୯ଟି ମାମଲା ବିଚାରାଧୀନ ଅଛି। ସେହିପରି ପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୁଲିସ ଉପରକୁ ୩୭ ଟି ମାମଲାରେ ଅପରାଧୀ ଚଳାଇଛନ୍ତି ଗୁଳି। ଅପରାଧୀଙ୍କ ଗୁଳି ଚାଳନା ସମୟରେ ୬୩ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ୩୭ ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ