Monday, March 30, 2026
33.2 C
Odisha

    ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ମନା: ଆକାଉଣ୍ଟ ହେବ ଡିଲିଟ୍,କେଉଁଠି କେବେଠାରୁ ହେବ ଲାଗୁ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି। ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ଏହି ସୂଚନା ‘ସ୍କାଏ ନ୍ୟୁଜ୍’ର ରିପୋର୍ଟରେ ପ୍ରକାଶ ପାଇଛି। ନିୟମ ଅନୁଯାୟୀ, ୧୪ ରୁ ୧୫ବର୍ଷ ବୟସର ପିଲାମାନେ କେବଳ ସେମାନଙ୍କ ପିତାମାତା ଲିଖିତ ସମ୍ମତି ପ୍ରଦାନ କଲେ ହିଁ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ ବ୍ୟବହାର କରିପାରିବେ। କମ୍ପାନୀଗୁଡିକ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ କୁହାଯାଇଛି।
    ଯଦି ଆଦେଶ ପାଳନ କରା ନ ଯାଏ ତେବେ ଜରିମାନା ଲାଗୁହେବ । ଆଇନ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ବୟସ ଯାଞ୍ଚ ପରେ ୟୁଜରଙ୍କ ଆକାଉଣ୍ଟକୁ ସକ୍ରିୟ କରିବାକୁ କୁହାଯାଇଛି। ଯଦି କୌଣସି କମ୍ପାନୀ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଡିଲିଟ୍ କରେ ନାହିଁ, ତେବେ ସଂପୃକ୍ତ ପିଲାଙ୍କୁ ୧୦ ହଜାର ଡଲାରର କ୍ଷତିପୂରଣ ଦେବାକୁ ପଡିବ । ଏହା ବ୍ୟତୀତ କମ୍ପାନୀକୁ ୫୦ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯାଇପାରେ।
    ଫ୍ଲୋରିଡା ରାଜ୍ୟ ସରକାର ଆସନ୍ତା ବର୍ଷ ଜାନୁଆରୀରେ ଏହି ଆଇନ କାର୍ଯ୍ୟକାରୀ କରିବେ। ତେବେ ଆଇନ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଆଇନର କିଛି ଅଂଶ ଆମେରିକାର ସମ୍ବିଧାନର ଉଲ୍ଲଂଘନ, ତେଣୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ।

    ପିଲାମାନଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫ୍ଲୋରିଡାର ରିପବ୍ଲିକାନ୍ ସିନେଟର ପଲ୍ ରେନର୍ କହିଛନ୍ତି- ଏହି ବିଲ୍ ପାସ୍ କରିବା ମୋର ସ୍ୱପ୍ନ ଥିଲା। ଯେତେବେଳେ ପିଲାମାନଙ୍କର ମସ୍ତିଷ୍କ ବିକଶିତ ହୁଏ, ସେମାନେ ସୋସିଆଲ ମିଡ଼ିଆ ଯୋଗୁ ଭୁଲ ଜିନିଷରେ ଅଭ୍ୟସ୍ତ ହେଉଛନ୍ତି । ଏହାକୁ ଏଡ଼ାଇବା ଅତ୍ୟନ୍ତ ଜରୁରୀ । ଏହି ବିଲରେ ଅନେକ ଜିନିଷ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଉଦାହରଣ ସ୍ୱରୂପ, କେଉଁ ପ୍ରକାରର ଜିନିଷ ପିଲାମାନଙ୍କ ମନକୁ ପ୍ରଭାବିତ କରେ ଏବଂ ସେସବୁ ଦ୍ବାରା ବିଭିନ୍ନ କ୍ଷତି ହୋଇଥାଏ। ଯଦି କୌଣସି କମ୍ପାନୀ ଏହି ନିୟମ ପାଳନ କରୁନାହାନ୍ତି, ତେବେ ଜରିମାନା ଏବଂ କ୍ଷତିପୂରଣ ସହିତ କୋର୍ଟ ପ୍ରକ୍ରିୟାରେ ହୋଇଥିବା ଖର୍ଚ୍ଚ ଦେବାକୁ ପଡିବ । ଏଥିରେ ଓକିଲଙ୍କ ଫି ମଧ୍ୟ ଅନ୍ତର୍ଭୂକ୍ତ ହେବ।
    ରେନର୍ କହିଛନ୍ତି, ଆମେ ଜାଣୁ ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକ ଉଚ୍ଚ ନ୍ୟାୟାଳୟରେ ଏହି ଆଇନକୁ ଚ୍ୟାଲେଞ୍ଜ କରିବେ, କିନ୍ତୁ ଆମେ ଆମର ପ୍ରୟାସ ବନ୍ଦ କରିବାକୁ ଯାଉ ନାହୁଁ ଏବଂ ନିଶ୍ଚିତ ଭାବରେ ଆମର କାର୍ଯ୍ୟ ହାସଲ କରିବୁ।
    ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ରାଜ୍ୟପାଳ ସେଣ୍ଟିସ୍ ଜଡିତ ଥିଲେ। ତେବେ ସେ ପ୍ରତିନିଧୀଙ୍କ ସମର୍ଥନ ପାଇପାରି ନ ଥିଲେ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ପଛରେ ରହିଥିଲେ। ଏହା ପରେ ସେ ତାଙ୍କ ନାମ ପ୍ରତ୍ୟାହାର କରିଥିଲେ। ସେଣ୍ଟିସ୍ କହିଛନ୍ତି, ମୁଁ ଆରମ୍ଭରୁ ଏହି ବିଲ୍କୁ ସମର୍ଥନ କରିଥିଲି। ଆଜି ଆମେ ଖୁସି ଯେ ଏକତ୍ର ଆମେ ଏକ ବଡ଼ କାର୍ଯ୍ୟ ସମ୍ପନ୍ନ କରିଛୁ। ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବାର ପର୍ଯ୍ୟାୟ। ମୁଁ ଜାଣେ ଅସୁବିଧା ହେବ, କିନ୍ତୁ ଆମେ ମଧ୍ୟ ସେସବୁକୁ ସାମ୍ନା କରିବୁ।
    ସୂଚନାଯୋଗ୍ୟ‘ନେଟକୋଏସ୍’ ହେଉଛି ଏକ ବାଣିଜ୍ୟ ଗୋଷ୍ଠୀ । ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଫେସବୁକ୍ ଯଥା ମେଟା, ଟିକଟକ୍ ଏବଂ ଏକ୍ସ ପାଇଁ ନୀତି ପ୍ରସ୍ତୁତ କରେ। ସଂସ୍ଥା କହିଛି ବର୍ତ୍ତମାନ ଇଣ୍ଟରନେଟ୍ ପାଇଁ ଏକ ଅଲଗା ପରିଚୟ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ବୟସ ଫ୍ୟାକ୍ଟରକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ପଡିବ। ପ୍ରଚଳିତ ନିୟମ ଠିକ ନୁହେଁ ବୋଲି ସଂସ୍ଥା କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ