Monday, September 14, 2026
23.5 C
Odisha

    ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି। ପ୍ରଥମେ ଗାନସୁ ପ୍ରଦେଶରେ ଏକ ଭୂକମ୍ପ ଘଟିଥିଲା। କିଛି ଘଣ୍ଟା ପରେ ପଡୋଶୀ ସହର ଜିନଜିଆଙ୍ଗରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ଏବଂ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଚାଇନାରେ ଭୂକମ୍ପ ଘଟିଛି। କିନ୍ତୁ ଚାଇନାରେ ଭୂକମ୍ପ କାହିଁକି ଏତେ ଧ୍ୱଂସ ଘଟାଏ ସେ ବିଷୟରେ ଭୂକମ୍ପ ବିଶେଷଜ୍ଞମାନେ କ’ଣ କୁହନ୍ତି? ଗାନସୁ ତିବ୍ଦତୀୟ ଓ ଲୋସ ମାଳଭୂମି ମଧ୍ୟରେ ଅବସ୍ଥିତ ଏବଂ ଏହା ମଙ୍ଗୋଲିଆର ସୀମାକୁ ଲାଗିଛି। ଚାଇନା ପୃଥିବୀର ଅଧିକ ଟେକ୍ଟୋନିକ ପ୍ଲେଟ ଅଞ୍ଚଳରେ ରହିଛି। ବିଶେଷ ଭାବେ ୟୁରାସିଆନ, ଭାରତୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ ଧକ୍କା ହୋଇ ଚାଇନାରେ ଭୂକମ୍ପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଚାଇନାରେ ଭୂକମ୍ପ ହେବାର ଅନେକ କାରଣ ଅଛି, ଯେପରି ଚାଇନାର ଅଧିକାଂଶ ଅଞ୍ଚଳ ପାହାଡ଼ିଆ। ଯେଉଁଠାରେ ଖରାପ ପରିବହନ ବ୍ୟବସ୍ଥା ଏବଂ ନିମ୍ନ ମାନର ଅଟ୍ଟାଳିକା ନିର୍ମାଣ କରାଯାଇଛି । ନିର୍ମାଣରେ ବିଲଡିଂ କୋଡ ଉଲ୍ଲଂଘନ କରାଯାଇଛି । ୨୦୦୮ ମସିହାରେ ହୋଇଥିବା ଭୂକମ୍ପ ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ବିପର୍ଯ୍ୟୟ ଘଟାଇଥିଲା। ତାହା ନିର୍ମାଣ କୋଡ ଉଲ୍ଲଂଘନ ଯୋଗୁ ଘଟିଥିଲା। ଯଦିଓ ନିର୍ମାଣ କୋଡ ଉଲ୍ଲଂଘନ ଚାଇନାରେ ଏକ ଆଇନଗତ ଅପରାଧ ଅଟେ। ୧୫୫୬ ମସିହାରେ ଚାଇନାରେ ପୃଥିବୀର ସବୁଠାରୁ ବିନାଶକାରୀ ଭୂକମ୍ପ ଘଟିଥିଲା। ଏହି କାରଣରୁ ଉତ୍ତର ଶାନସି ପ୍ରଦେଶରେ ୮ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଗାନସୁ ଅଞ୍ଚଳ ଭୂକମ୍ପ ପ୍ରତି ସମ୍ବେଦନଶୀଳ। ୧୯୨୦ ରେ ଏହି ପ୍ରଦେଶରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୨୭ ମସିହାରେ, ଏହି ସହରରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଯୋଗୁଁ ୪୧ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ସିଚୁଆନ ସହରରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୬୦ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ୨୦୧୦ ରେ, କିଙ୍ଗହାଇର ତିବ୍ଦତୀୟ ଅଞ୍ଚଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୨୭୦୦ଲୋକଙ୍କ ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ