Wednesday, April 8, 2026
37.8 C
Odisha

    ଦିନକ ପରେ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ମୁଖ୍ୟମନ୍ତ୍ରୀ, ଏହି ରାସ୍ତା ଦେଇ ଯିବ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଆସନ୍ତା ୧୬ତାରିଖରେ ରାଜଧାନୀରେ ଆୟୋଜନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଙ୍ଗନଗର ଛକରୁ ରୋଡ୍‌ ସୋ’ ଆରମ୍ଭ କରିବେ। ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୁପାଲି ଛକ ପର୍ଯ୍ୟନ୍ତ ଏହି ସୋ’ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ବେଳେ ବ୍ୟାରିକେଡିଂ କରାଯିବ। ଏହାସହ କର୍ଡନ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ ସୋ’ ସମୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲଣ୍ଡିଂ ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ରୋଡ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

    ଗତ ୧୦ ତାରିଖ ରାତି ପ୍ରାୟ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ ସୋ’ କରିଥିଲେ। ମୋଦୀଙ୍କ ରୋଡ୍‌ ସୋ’ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବାଣିବିହାର ଛକରେ ପହଞ୍ଚି ଥିଲା। ମୋଦୀଙ୍କ ରାଲିରେ ପୂରା ଜନପଥଟି ମୋଦୀ ପଥ ପାଲଟି ଯାଇଥିଲା। ମୋଦୀଙ୍କ ସମର୍ଥକମାନେ ବିଜେପି ପତାକା ଧରିଥିଲେ। ମୋଦୀ ନାରା ଲଗାଉଥିଲେ। ପ୍ରାୟ ୨ ଲକ୍ଷ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ