Saturday, October 10, 2026
22.4 C
Odisha

    ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୯/୦୫: ବିଜୁ ଜନତା ଦଳର ‘ଏକ୍ସପାରି ଡେଟ୍‌’ ହେଉଛି ଜୁନ ୪ତାରିଖ । ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ହେବ । ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ଗ୍ୟାରେଂଟି ନେଇ ଆସନ୍ତା କାଲି ପୁଣି ଥରେ ଦୁଇ ଦିନିଆ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା କାଲି ସଂନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ବିରାଟ ରୋଡ ସୋ’ ରେ ଯୋଗ ଦେବେ । ଏହି ରୋଡ ସୋ ସନ୍ଧ୍ୟା ୬ଟାରେ ରାଜ୍ୟ କାର୍ଯ୍ୟଳୟଠାରୁ ବାହାରି ବାଣୀବିହାରଠାରେ ପହଂଚିବ । ରୋଡ ସୋ ଅବସରରେ ଲକ୍ଷ ଲକ୍ଷ ଲୋକ ମୋଦିଜୀଙ୍କୁ ସ୍ୱାଗତ ଜଣାଇବେ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ଏକ ଐତିହାସିକ କ୍ଷଣ ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

    ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ୧୧ ତାରିଖ ଦିନ ସକାଳ ୯.୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମଠାରେ, ପୂର୍ବାହ୍ନ ୧୧.୩୦ରେ ବଲାଙ୍ଗୀରଠାରେ ଏବଂ ଅପରାହ୍ନ ୧.୩୦ରେ ବରଗଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ