Tuesday, October 22, 2024
29.1 C
Odisha

    ଗାଁ ଠାରୁ ୫୦ ମିଟର ଦୂରରେ କୋଇଲା ଖଣି ; ଲୀନହେବ ରାମଡେରା ଗାଁ!

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଝାରସୁଗୁଡ଼ା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା । ଏଠାରେ ହୀରାକୁଦ ନଦୀବନ୍ଧ, କଳକାରଖାନା ପ୍ରତିଷ୍ଠା ଓ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଶହଶହ ଗାଁ ବିସ୍ଥାପନର ସ୍ୱାଦ ଚାଖି ସାରିଲେଣି । ଏବେ ମଧ୍ୟ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ଓ ଶିଳ୍ପ ସଂସ୍ଥାର ପ୍ରତିଷ୍ଠା ପାଇଁ ଅନେକ ଗାଁ ବିସ୍ଥାପନର ଦ୍ୱାରଦେଶରେ ଛିଡ଼ା ହୋଇଛି । ବହୁ ସମସ୍ୟାରେ ଜର୍ଜରିତ ଥିବା ଏକ ଗାଁ ହେଉଛି ରାମଡେରା । ଗ୍ରାମ ସ୍ଥାପନ ହେବାର ୮୦ ବର୍ଷପରେ ମଧ୍ୟ ସମସ୍ତ ସରକାରୀ ଯୋଜନା ପହଞ୍ଚି ପାରୁନି । ଝାରସୁଗୁଡ଼ା ଛୁଆଳିବେର୍ଣ୍ଣା ବାଘମାର ନିକଟରେ ଅବସ୍ଥିତ ରାମଡେରା ଗ୍ରାମ । ଗାଁର ତିନି ପଟେ ଜଙ୍ଗଲ ଘେରି ରହିଥିବା ବେଳେ ଗୋଟିଏ ପାଶ୍ୱର୍ରେ ଆଁ କରି ଛିଡା ହୋଇଛି ଲଜ୍‌କୁରା ଖୋଲାମୁହଁ କୋଇଲା ଖଣି । ଏହି କୋଇଲା ଖଣି ବର୍ତ୍ତମାନ ସମ୍ପ୍ରସାରିତ ହୋଇ ରାମଡେରା ଗ୍ରାମର ୫୦ ମିଟର ନିକଟରେ ପହଞ୍ଚି ସାରିଲାଣି । ଆଗାମୀ ଦିନରେ ଅଧିକ କୋଇଲା ଉତ୍ତୋଳନ ପାଇଁ ଏହି ଗ୍ରାମରଲୋକଙ୍କୁ ବିସ୍ଥାପନର ସ୍ୱାଦ ଚାଖିବାକୁ ପଡିବ । ଏଥିପାଇଁ ଏମସିଏଲ ପକ୍ଷରୁ ଗ୍ରାମବାସୀଙ୍କୁ ନୋଟିସ ମଧ୍ୟ କରାଯାଇଛି । ତେବେ ଉଚିତ କ୍ଷତିପୂରଣ ଓ ଥଇଥାନ ପାଇଁ ଜମି ଚିହ୍ନଟ ହୋଇ ନ ଥିବାରୁ ଗ୍ରାମବାସୀ ନିଜ ଭିଟାମାଟି ଛାଡିବାକୁ ରାଜି ହୋଇ ନାହାନ୍ତି । ହେଲେ ମଧ୍ୟ କୋଇଲା ଉତ୍ତୋଳନ ପାଇଁ ଖଣିରେ ପ୍ରତିଦିନ ବ୍ଲାଷ୍ଟିଂ କରାଯାଉଛି । ଫଳରେ ଗ୍ରାମରେ ଥିବା କଚ୍ଚା ଘରଗୁଡିକ ଭୁଶୁଡ଼ିବାରେ ଲାଗିଛି । ଘର ଭୁଶୁଡୁବାପରେ ଅନେକ ଲୋକେ ଗାଁ ଛାଡି ଅନ୍ୟତ୍ର ଯାଇ ରହୁଥିବା ବେଳେ ବର୍ତ୍ତମାନ ଗ୍ରାମରେ କେବଳ ୧୩ ପରିବାରର ୬୪ ଜଣ ବସବାସ କରୁଛନ୍ତି । ଏହି ୧୩ଟି ପରିବାରର ଦୁଃଖ କେବଳ କୋଇଲା ଖଣି ନୁହେଁ । ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟାଳୟ, ଚିକିତ୍ସା ସୁବିଧା, ସରକାରୀ ଯୋଜନା ଇତ୍ୟାଦି ରହିଛି । ଏହି ଗାଁ ଟି ପୌର ପରିଷଦ ଅଧୀନରେ ଥିଲେ ମଧ୍ୟ ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ରାସ୍ତା ନ ଥିବାରୁ ଏହି ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଗାଁରେ ବିଦ୍ୟାଳୟ ତ ଦୁରରକଥା ଆଙ୍ଗନବାଡ଼ି ଟିଏ ମଧ୍ୟନାହିଁ । ଫଳରେ ପିଲାମାନେ ୪ କିମି ଦୂରରେ ଥିବା ବ୍ରଜରାଜନଗର ଲମଟିବାହାଲ ଗାଁକୁ ପାଠ ପଢ଼ିବାକୁ ଯାଆନ୍ତି । ସେହିପରି ଗ୍ରାମରେ ଦୁଇଟି ନଳକୁଅ ଥିବାବେଳେ ଗୋଟିଏ ଖରାପ ହୋଇ ପଡିଛି ଓ ଅନ୍ୟଟିରେ ପିଇବା ଯୋଗ୍ୟ ପାଣି ଆସୁନାହିଁ । ଅନ୍ୟପଟେ ଏହି ଗ୍ରାମରେ ରାଜୀବଗାନ୍ଧି ଗ୍ରାମ ଜ୍ୟୋତି ଯୋଜନାରେ ୨୦୧୦ ମସିହାରେ ବିଦ୍ୟୁତ ସଂଯୋଗ ହୋଇଥିଲେ ହେଁ ଗାଁରେ କୌଣସି ଷ୍ଟ୍ରିଟ ଲାଇଟ ଲାଗିନାହିଁ । ଏହି ସମସ୍ତ ସମସ୍ୟା ଓ ବିସ୍ଥାପନର ଭୟରେ ପେଶି ହେଉଛନ୍ତି ରାମଡେରାବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ