Sunday, October 11, 2026
22.1 C
Odisha

    ୧୧୦ କିଲୋ ଗଂଜଇ ଜବତ, ୪ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା ମିଳିଛି। ଗଂଜେଇ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି। ମାଲକାନଗିରି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ପରିବା ବୋଝେଇ ପିକ୍‌ଅପ ଭ୍ୟାନରେ ଗଂଜେଇ ଯାଉଛି। ତୁରନ୍ତ ପୁଲିସ ସଂପୃକ୍ତ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଂଜେଇ ରହିଥିବା ଜାଣିବାକୁ ପାଇଲା। ତୁରନ୍ତ ଗଂଜେଇ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ୪ ଜଣ ଆସାମୀଙ୍କୁ ଗିରଫ କରିଥିଲା। ଗଂଜେଇ ଓଜନ କରିବା ପରେ ସେଥିରେ ୧୧୦ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା
    ତେବେ ଏହି ଗଂଜେଇ ଚାଲାଣ କରୁଥିବା ଆସାମୀ ମାନେ ହେଲେ ମାଲକାନଗିରି ରିକ୍ଲାମେସନ କଲୋନିର ସୁଶାନ୍ତ କୁମାର ମହାନ୍ତି(୩୦), ରାମକୃଷ୍ଣ ନଗରର ବସନ୍ତ ପଡିଆମି(୩୬), କର୍ଣ୍ଣାଟକ ଅଂଚଳର ସାୟଦ ଲାଇକ(୨୪) ଏବଂ ମହମ୍ମଦ ଅବରାର(୪୦)। ଏମାନଙ୍କ ଠାରୁ ପୁଲିସ ୪ଟି ମୋବାଇଲ ଫୋନ, ୪୮ ହଜାର ଟଂକା ନଗଦ ଏବଂ ଏକ ବାଇକ୍‌ ମଧ୍ୟ ଜବତ କରିଛି। ପୁଲିସ ଚାରି ଜଣ ଆସାମୀକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ