Saturday, October 3, 2026
29.5 C
Odisha

    ପାରା ୪ ଡିଗ୍ରିରେ ଥରୁଛି କନ୍ଧମାଳ; ଜନଜୀବନ ଅସ୍ତବ୍ୟସ୍ତ, ନିଆଁ ପାଖରେ ରହୁଛି ଲୋକଙ୍କ ଭିଡ଼

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଥରୁଛି କନ୍ଧମାଳ ଜିଲ୍ଲାର ସାରା ଘୁ.ଉଦୟଗିରି ଅଞ୍ଚଳ। ଅସ୍ତବ୍ୟସ୍ତ ଜନତା, ତ୍ରାହିତ୍ରାହି ଡାକୁଛନ୍ତି ଗ୍ରାମାଞ୍ଚଳ ଲୋକେ। ପାଣିପାଗ ବିଭାଗ ଅନୁସାରେ ଘୁମୁସର ଉଦୟଗିରି ସହରର ଆଜିର ତାପମାତ୍ରା ୪.୦ ଡିଗ୍ରି ଥିବା ବେଳେ ଥଣ୍ଡା ଜାଡ଼ରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଫୁଲବାଣୀରେ ୬.୫ ଓ ଦାରିଙ୍ଗବାଡ଼ିରେ ୮.୦ ତାପମାତ୍ରା ରହିଥିବା ସୂଚନା ରହିଛି। ତେବେ ସନ୍ଧ୍ୟା ୭ ବାଜିଲେ ସହର ଖାଁ ଖାଁ ଲାଗୁଛି। ଗତକାଲି ତାପମାତ୍ରା ଘୁ ଉଦୟଗିରିରେ ୫.୦ ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଗ୍ରାମାଞ୍ଚଳରେ ଲୋକେ ନିଆଁ ଲଗେଇ ପୁଇଁବା ସହିତ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପ୍ରୟାସ କରୁଛନ୍ତି। ସେପଟେ ପର୍ଯ୍ୟଟକମାନେ ବାହାର ରାଜ୍ୟରୁ ଆସୁଥିବା ବେଳେ କଳିଙ୍ଗାଘାଟିର ଆରମ୍ଭରେ ହିଁ ଏକ ଭିନ୍ନମୟ ପାରିବେଶ, ଯାହାକି ସୁସ୍ଥ ଜଳବାୟୁ ମଧ୍ୟରେ ବିଭିନ୍ନ ପକ୍ଷୀମାନଙ୍କର ସୁନ୍ଦର କୂଳୁକୂଳୁ ନାଦରେ ସବୁଜ ବାନାନି ଗଛ ଲତା ମଧ୍ୟରେ ମନ ମୋହୁଥିବା ଏକ ସୁସ୍ଥ ପରିବେଶ ଯାହାକି ଅପୂର୍ବ, ଏଭଳି ଏକ ସୁନ୍ଦର ପରିବେଶ ମଧ୍ୟରେ ଏହି ଋତୁରେ ଘୁ ଉଦୟଗିରି ସହର ଜାଡ଼ରେ ଥରୁଥିବା ଦେଖିବାକୁ ମିଳିଛି।

    ଘୁମୁସର ଉଦୟଗିରି ସହରର ଅତି ସୁନ୍ଦର ପର୍ଯ୍ୟଟନସ୍ଥଳୀ କାଲିଗାଡୁ ହିଲଟପ, ଯାହାକି ଦେଖୁଥିଲେ ଆହୁରି ଦେଖିବାକୁ ଇଚ୍ଛା ଲାଗୁଥିବ। ଥରେ ସେହି ହିଲ ଷ୍ଟେସନକୁ ବୁଲିଗଲେ ବାରମ୍ବାର ଯିବାକୁ ମନ ହେଉଥିବ। ହିଲଟପ ଉପରେ ଠିଆ ହେଲେ ଶହଶହ ପାହାଡ଼ ମଧ୍ୟରେ ସୁସ୍ଥ ସୁନ୍ଦର ପରିବେଶ, ଏକ ଭିନ୍ନ ଅନୁଭବ। ସୃଷ୍ଟିକୁ ସ୍ମରଣ କରି ସୃଷ୍ଟି କର୍ତ୍ତାଙ୍କୁ ସ୍ମରଣ କରିବେ। ଈଶ୍ୱରଙ୍କ ସୃଷ୍ଟି କେତେ ଯେ ଗଭୀର କେତେ ଯେ ଉଚ୍ଚ କେତେ ଯେ ଅବର୍ଣ୍ଣନନୀୟ।

    ସେହିପରି କୁରୁମିଙ୍ଗିଆ ଠାରେ ଥିବା ରାଜାଗାଡ଼ା ଜଳପ୍ରପାତ ଯାହାକୁ ଦେଖିଲେ ସୁନ୍ଦର ପରିବେଶ ମଧ୍ୟରେ ସେଲଫି ନେବାକୁ ଇଛା ତ କରିବେ ପୁଣି ଫୋଟ ଉଠାଇକି ନେଇ ଅନ୍ୟ ଲୋକଙ୍କୁ ମଧ୍ୟ ସେର କରିବେ। ଯଦି ଯିବେ ବଣ ଭୋଜି କରିବା ପାଇଁ ତେବେ ଚାଲନ୍ତୁ ଯିବା କାକଲବାକି ଯେଉଁସ୍ଥାନରେ ଆପଣ ପାଇବେ ପାହାଡ଼ ପଥର ମଧ୍ୟରେ ସୁନ୍ଦର ଜଳାଶୟ ଓ ଝରଣା। ଏବେ ପ୍ରଚୁର ଶୀତ ଅନୁଭୂତ ହେଉଥିବା ବେଳେ ସହରର ପର୍ଯ୍ୟଟନସ୍ଥଳୀ ଗୁଡିକ ବିକାଶ ଆବଶ୍ୟକ ରହିଛି। ଯାହା ଦେଖିବାକୁ ମିଳୁଛି ଯାନବାହନଗୁଡ଼ିକ ଯାତାୟତ ସମୟରେ ପ୍ରଭାବିତ ହେଉଛି। ପ୍ରବଳ ଜାଡ଼ ମଧ୍ୟରେ ହାତ ଗୁଡ଼ିକ କାଲ ମାରୁଛି। କାମ କରିବା ସମ୍ଭବ ପର ହେଉନାହିଁ। ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ହେଉଥିଲେ ମଧ୍ୟ ସକାଳ ୯ ଘଣ୍ଟିକା ପର୍ଯ୍ୟନ୍ତ କାମ କରି ପାରୁ ନ ଥିବା ସୂଚନା ରହିଛି। ବିଗତ ଗୋଟିଏ ସପ୍ତାହ ହେଲା ଅଞ୍ଚଳରେ ପାରଦ ଲଗାତାର ତଳମୁହାଁ ହୋଇଥିବା ବେଳେ ସାରା ଅଞ୍ଚଳ ଥରୁଛି। ସେପଟେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗକୁ ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ପାରଦ ତଲମୁଁହା ହେବା ସହ ଆହୁରି ଜାଡ ବଢ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ