Sunday, September 13, 2026
23.5 C
Odisha

    ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା ଭାଲୁ

    ଆଗକୁ ପଢନ୍ତୁ

    ନୂଆପଡ଼ା: କିଛି ଦିନ ପୂର୍ବରୁ ନୂଆପଡ଼ା ସହରରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ଭାଲୁର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପିଜୁଳି ଖାଇବାକୁ ଯାଇ ଭାଲୁ କୂଅରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ସୂଚନା ଅନୁସାରେ ନୂଆପଡ଼ା ବନଖଣ୍ଡ ଅଧୀନ ମହାଭଟାସ୍ଥିତ ମୋହନ ରଣାଙ୍କ ଜମିରେ ଏକ ପିଜୁଳି ଗଛ ରହିଛି। ଏବେ ଗଛରେ ପିଜୁଳି ପାକଳ ହୋଇଛି। ଦିନ‌େ/ଦୁଇ ଦିନ ପୂର୍ବରୁ ଭାଲୁଟି ପିଜୁଳି ଖାଇବାକୁ ଯାଇ କୂଅରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଭାଲୁକୁ ଆଜି କୂଅ ଭିତରୁ ଉଦ୍ଧାର କରାଯାଇଛି। ଭାଲୁକୁ ଉଦ୍ଧାର ସମୟରେ ଏସିଏଫ୍‌, ନୂଆପଡ଼ା ରେଂଜର ଆଲୋକ ମାଝୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବନ ବିଭାଗ ମୃତ ଭାଲୁକୁ କୂଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଛି। ଏହା ପରେ ମୃତଦେହକୁ ମାଟିରେ ପୋତି‌ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ