Sunday, March 22, 2026
25.7 C
Odisha

    ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଟ୍ରମ୍ପ୍‌ ଅଯୋଗ୍ୟ: କଲୋରାଡୋ ସୁପ୍ରିମ୍‌ କୋର୍ଟ

    ଆଗକୁ ପଢନ୍ତୁ

    ୱାସିଂଟନ୍‌: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ମଙ୍ଗଳବାର ଦିନ କଲୋରାଡୋ ସୁପ୍ରିମ୍‌ କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି। ୨୦୨୧ ଜାନୁଆରି ୬ ତାରିଖରେ ୟୁ. ଏସ୍‌. କ୍ୟାପିଟଲ୍‌ ଆକ୍ରମଣ ଘଟଣାରେ ଟ୍ରମ୍ପ୍‌ ଓ ତାଙ୍କ ସମର୍ଥକଙ୍କ ଭୂମିକା ଯୋଗୁଁ ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଆମେରିକା ସରକାରଙ୍କ ବିରୋଧ ହିଂସା ଉଦ୍ରେକ କରିବା ଘଟଣାରେ ତାଙ୍କର ଭୂମିକା ଥିବାରୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ଟ୍ରମ୍ପ୍‌ଙ୍କୁ ଆମେରିକାର ସମ୍ବିଧାନ ବାରଣ କରୁଛି।

    ଏହି ରାୟ କେବଳ ମାର୍ଚ ୫ ତାରିଖରେ ହେବାକୁ ଥିବା ‘ରିପ୍ଲିକାନ୍‌ ପ୍ରାଇମେରି’ ନିର୍ବାଚନ ପ୍ରତି ପ୍ରଯୁଜ୍ୟ। କିନ୍ତୁ, ଏହା ନଭେମ୍ବର ୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିପାରେ। ୱାସିଂଟନ୍‌ସ୍ଥିତ ‘ସିଟିଜେନ୍‌ସ୍‌ ଫର୍‌ ରେସ୍‌ପନ୍‌ସିବିଲିଟି ଆଣ୍ଡ୍‌ ଏଥିକ୍ସ୍‌’ ସଙ୍ଗଠନ ସହଯୋଗରେ କଲୋରାଡୋର ଦଳେ ଭୋଟର୍‌ ଏହି ମାମଲା ଦାଏର କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ କି, ୨୦୨୦ ନିର୍ବାଚନ ପରେ କ୍ୟାପିଟଲ୍‌ ଆକ୍ରମଣ ପାଇଁ ସମର୍ଥକମାନଙ୍କୁ ଉସୁକାଇଥିବା ଏବଂ ବାଇଡେନ୍‌ଙ୍କୁ ରାଷ୍ଟ୍ରପତୀୟ କ୍ଷମତା ହସ୍ତାନ୍ତର ବେଳେ ବାଧା ସୃଷ୍ଟି କରିଥିବା କାରଣରୁ ଟ୍ରମ୍ପ୍‌ଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ। କିନ୍ତୁ, ଟ୍ରମ୍ପ୍‌ଙ୍କ ନିର୍ବାଚନ ପ୍ରଚାର ଅଭିଯାନ ଅଦାଲତଙ୍କ ନିଷ୍ପତ୍ତିକୁ ତ୍ରୁଟିଯୁକ୍ତ ଓ ଅଗଣତାନ୍ତ୍ରିକ କହି ‘ଅପିଲ୍‌’ କରିବ ବୋଲି କହିଛି। ଟ୍ରମ୍ପ୍‌ଙ୍କ ନିର୍ବାଚନ ପ୍ରଚାର ଅଭିଯାନର ଜଣେ ମୁଖପାତ୍ର କହିଛନ୍ତି, ଆଜି ରାତିରେ କଲୋରାଡୋ ସୁପ୍ରିମ୍‌ କୋର୍ଟ ସମ୍ପୂର୍ଣ୍ଣ ତ୍ରୁଟିଯୁକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଅଗଣତାନ୍ତ୍ରିକ ନି‌ଷ୍ପତ୍ତି ଉପରେ ରହିତାଦେଶ ଜାରି କରିବା ଲାଗି ଅନୁରୋଧ କରି ଆମେ ‘ଯୁକ୍ତରାଷ୍ଟ୍ର ଆମେରିକା ସୁପ୍ରିମ୍‌ କୋର୍ଟ’ରେ ନିବେଦନ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ