Wednesday, August 19, 2026
28 C
Odisha

    ନୂଆ କୋଭିଡ୍‌ ପ୍ରଜାତିକୁ ‘ଭେରିଏଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ ବର୍ଗୀକରଣ କଲା ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏବେ ପୁଣି ବ୍ୟାପୁଥିବା ‘ଜେଏନ୍‌.୧’ କରୋନାଭାଇରସ୍‌ ପ୍ରଜାତିକୁ ‘ଭେରିଏଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ ବର୍ଗୀକରଣ କରିଥିଲେ ବି ଏହା ଜନସ୍ବାସ୍ଥ୍ୟ ନିମନ୍ତେ ଅଧିକ ବିପଜ୍ଜନକ ନୁହେଁ ବୋଲି ମଙ୍ଗଳବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କହିଛି।ସୂଚନାଯୋଗ୍ୟ, ‘ଭେରିଏଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ ପ୍ରଜାତିର କୋଭିଡ୍‌ ଭୂତାରୁ ସଂକ୍ରମଣ ଚିକତ୍ସା ଦୁଃସାଧ୍ୟ, ଲକ୍ଷଣ ମଧ୍ୟ ସ୍ପଷ୍ଟ ଓ ବ୍ୟାପିବା ସମ୍ଭାବନା ମଧ୍ୟ ଅଧିକ। କିନ୍ତୁ, ଦୁଇଜଣ ବିଶେଷଜ୍ଞ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ହକିଛନ୍ତି, ସମ୍ପ୍ରତି ଯେତେ ପ୍ରଜାତିର ଗୁଣସୂତ୍ର ପରିବର୍ତ୍ତିତ କୋଭିଡ୍-୧୯ ଭୂତାଣୁ ବିସ୍ତାର ଲାଭ କରୁଛି ସେଗୁଡ଼ିକ ମଧ୍ୟରୁ ‘ଜେଏନ୍‌.୧’ ପ୍ରଜାତି ରୋଗପ୍ରତିରୋଧକ ଶକ୍ତିକୁ ଫାଙ୍କି ଦେଇ ଅନାୟାସରେ ବ୍ୟକ୍ତିବିଶେଷଙ୍କୁ ଆକ୍ରାନ୍ତ କରିପାରେ। କିନ୍ତୁ, ଏପର୍ଯ୍ୟନ୍ତ ଏଥିଯୋଗୁଁ ରୋଗର ସାଙ୍ଘାତିକତା ପରିଲକ୍ଷିତ ହୋଇ ନାହିଁ।

    ‘ଜନ୍‌ସ୍‌ ହପ୍‌କିନ୍‌ସ୍‌ ବ୍ଲୁମ୍‌ବର୍ଗ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ୍‌’ର ଭୂତାଣୁବିତ୍‌ ଆଣ୍ଡ୍ରିଉ ପେକୋସ୍‌ଜ୍‌ କହିଛନ୍ତି, ‘ଜେଏନ୍‌.୧’ ଭେରିଏଣ୍ଟ୍‌ଠାରୁ ସଂକ୍ରମଣ ଆଶଙ୍କା ଥିଲେ ବି ଏହା ବିପଜ୍ଜନକ ସାବ୍ୟସ୍ତ ହୋଇନାହିଁ। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି, ସମ୍ପ୍ରତି ଜନସ୍ବାସ୍ଥ୍ୟ ପ୍ରତି ‘ଜେଏନ୍‌.୧’ର ବିପଦ କମ୍‌ ଥିବା କଥା ପ୍ରାପ୍ତ ପ୍ରମାଣରୁ ଜଣାପଡ଼ିଛି। ‘ବିଏ.୨.୮୬’ ପ୍ରଜାତିରୁ ସୃଷ୍ଟ ‘ଜେଏନ୍‌.୧’କୁ ପୂର୍ବରୁ ମଧ୍ୟ ‘ଭେରିଏଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ ବର୍ଗୀକରଣ କରାଯାଇଥିଲା। ‘ଜେଏନ୍‌.୧’ ଓ ବିସ୍ତାରିତ ହେଉଥିବା କୋଭିଡ୍‌-୧୯ ଭୂତାଣୁର ଅନ୍ୟାନ୍ୟ ପ୍ରଜାତି ଆକ୍ରାନ୍ତଜନିତ ଅସୁସ୍ଥତା ଓ ମୃତ୍ୟୁରୁ ଏବେ ଦିଆଯାଉଥିବା ଟିକା ସୁରକ୍ଷା ଦେବ ବୋଲି ମଧ୍ୟ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ