Monday, April 6, 2026
33.6 C
Odisha

    ୱକଫ୍‌ ବିଲ୍‌ ଉପରେ ଜେପିସି ବୈଠକରେ ହଙ୍ଗାମା: ରାଗରେ ବୋତଲ ଭାଙ୍ଗିଲେ ଟିଏମ୍‌ସି ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ ଉପରେ ଆଜି ସଂସଦରେ ଜେପିସି ବୈଠକ ଚାଲିଥିବା ବେଳେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ହଙ୍ଗାମା କରିଛନ୍ତି। ବୈଠକରେ ଆଜି ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟ‌‌ରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଟିଏମ୍‌ସି ସାଂସଦ ବାନାର୍ଜୀ ହଠାତ୍‌ ଏକ କାଚ ପାଣି ବୋତଲ ଟେବୁଲ୍‌ରେ ପିଟି ଦେଇଥିଲେ ଏବଂ ଏଥିରେ ଦୁର୍ଘଟଣାବଶତଃ ସେ ନିଜେ ଆହତ ହୋଇଥିଲେ। ତାଙ୍କ ହାତରେ ୪ଟି ଷ୍ଟିଚ୍‌ ପଡ଼ିଛି। ପରେ ତାଙ୍କୁ ବୈଠକ ସ୍ଥାନରୁ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି ଏବଂ ଆପ୍‌ ନେତା ସଂଜୟ ସିଂହ ଅନ୍ୟ ସ୍ଥାନକୁ ନେଇ ଯାଇଥିଲେ। ସଂସଦ ଭବନ ପରିସରରେ ଚାଲିଥିବା ଆଜିର ଏହି ବୈଠକକୁ ଏଭଳି ପରିସ୍ଥିତି ପାଇଁ ବନ୍ଦ ରଖିବାକୁ ପଡ଼ିଥିଲା। ଉକ୍ତ ଘଟଣା ପାଇଁ ଜେ‌ପିସି ଅଧ୍ୟକ୍ଷ‌ ଜଗଦମ୍ବିକା ପାଲ୍‌ ବାନାର୍ଜୀଙ୍କୁ ପରବର୍ତ୍ତୀ ୱକଫ୍‌ ବିଲ୍‌ ବୈଠକ ପାଇଁ ନିଲମ୍ବିତ କରିଛନ୍ତି। ଭୋଟିଂ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନିଆଯାଇଛି। ବାନାର୍ଜୀଙ୍କ ନିଲମ୍ବନ ସମର୍ଥନରେ ୯ ଭୋଟ୍‌ ମିଳିଥିବା ବେଳେ ଏହାର ବିରୋଧରେ ୭ଟି ଭୋଟ୍‌ ମିଳିଥିଲା।

    ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଆଜି ଅବସରପ୍ରାପ୍ତ ବିଚାରପତି ଏବଂ ଆଇନଜୀବୀଙ୍କ ମତାମତ ଗ୍ରହଣ କରାଯାଇଥିଲା। କିନ୍ତୁ ବିରୋଧୀ ଦଳ ନେତାମାନେ ଏହି ପ୍ରସଙ୍ଗରେ ସେମାନଙ୍କ ସଂପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟ‌ରେ କଲ୍ୟାଣ ବାନାର୍ଜୀ ଏକ ପ୍ରସଙ୍ଗରେ ଅତି ବେପରୁଆ ଟିପ୍ପଣୀ ରଖିବାରୁ ବିଜେପିର ଅଭିଜିତ ଗଙ୍ଗୋପାଧ୍ୟାୟ ଏହାକୁ ବିରୋଧ କରିଥିଲେ। ବାନାର୍ଜୀ ଏହାପରେ ଅସଂସଦୀୟ ଭାଷା ବ୍ୟବହାର କରିଥିଲେ। ଏହାପରେ ୨ ‌ନେତାଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ବାନାର୍ଜୀ ରାଗିଯାଇ କାଚ ବୋତଲ ଟେବୁଲ୍‌ରେ ପିଟି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଧ୍ୟ କଲ୍ୟାଣ ବାନାର୍ଜୀ ବିଜେପି ସାଂସଦମାନଙ୍କ ସହ ବୈଠକରେ ପ୍ରବଳ ବଚସା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ