Monday, October 19, 2026
23.2 C
Odisha

    ଭାରତର ଆସ୍ଥାକୁ ବାଜିରେ ଲଗାଉଛି କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କଶ୍ମୀରରେ ନିର୍ବାଚନ ରାଲି କରିଛନ୍ତି। ମୋଦୀ ଆଜି କଟରାରେ ଅନୁଷ୍ଠିତ ଜନସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‌‘ଦେବୀ-ଦେବତା’ ଟିପ୍ପଣୀ ପାଇଁ   କଡ଼ା ସମାଲୋଚନା କରିଛନ୍ତି। ‌ ମୋଦୀ କହିଛନ୍ତି,  କଂଗ୍ରେସ ଦଳ ଯେ କୌଣସି ସମୟରେ କିଛି ଭୋଟ୍‌ ପାଇଁ ଆମ ବିଶ୍ବାସ ଏବଂ ସଂସ୍କୃତିକୁ ବିପଦରେ ପକାଇ ପାରିବ। କଂଗ୍ରେସ ଉତ୍ତରାଧିକାରୀ (ରାହୁଲ) ନିକଟରେ ବିଦେଶ ଗସ୍ତ କରି କହିଥିଲେ ,‘ ଆମ ଦେବୀ-ଦେବତା’ ଭଗବାନ ନୁହନ୍ତି। ଏହା ଆମ ବିଶ୍ବାସ ପ୍ରତି ଏକ ଅପମାନ। କଂଗ୍ରେସ ଏଥିପାଇଁ ଦଣ୍ଡିତ ହେବା ଉଚିତ। ସେମାନେ ଏହା କେବଳ ଭୁଲ୍‌ରେ କହିଦେଇନାହାନ୍ତି। ବରଂ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଏବଂ ନକ୍ସଲ ମାନସିକତା।

    କଂଗ୍ରେସର ଏହି ନକ୍ସଲ ମାନସିକତା ଜମ୍ମୁର ଡ୍ରୋଗ୍ରା ସଂସ୍କୃତିକୁ ଅପମାନିତ କରିଛି।  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଙ୍ଗିତ କରି ମୋଦୀ ଏହା କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏବଂ ଏନ୍‌ସି ମେଣ୍ଟର ନିର୍ବାଚନ ଇସ୍ତାହାର ସଂକ୍ରାନ୍ତରେ ମୋଦୀ କହିଛନ୍ତି, ବିଧାନସଭା ନିର୍ବାଚନ ପାଇଁ ଉକ୍ତ ମେଣ୍ଟର ଇସ୍ତାହାରକୁ ଏଠାରେ କେହି ଗୁରୁତ୍ବ ଦେଉନାହାନ୍ତି। ସେମାନେ ଭାରତର ଆସ୍ଥାକୁ ବାଜିରେ ଲଗାଉଛନ୍ତି।   ପାକିସ୍ତାନରେ କଂଗ୍ରେସ -ଏନ୍‌ସି ମେଣ୍ଟର ଇସ୍ତାହାରକୁ  ପ୍ରଶଂସା‌ କରାଯାଉଛି। ସେମାନଙ୍କ ଇସ୍ତାହାର ଦେଖି ପାକିସ୍ତାନ ବହୁତ ଖୁସି ଏବଂ ପାକିସ୍ତାନ ଏହାକୁ ଖୋଲାଖୋଲି ସମର୍ଥନ କରୁଥିବା ମୋଦୀ କହିଛନ୍ତି।

    ମୋଦୀ ଆଜି ଶ୍ରୀନଗରରେ ମଧ୍ୟ ରୢାଲି କରିଛନ୍ତି। ଗତକାଲି ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ମତଦାନକୁ ମୋଦୀ ପ୍ରଶଂସା କରି କହିଛନ୍ତି, ଦିନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ ପାଇଁ ଅପଖ୍ୟାତି ମୁଣ୍ଡାଇ ଥିବା କଶ୍ମୀର ଯୁବକ ଏବେ ହାତରେ ବହି, କଲମ ଧରି ରାସ୍ତାରେ ଚାଲୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ପଥର ମାଡ଼ ଏବଂ ଆତଙ୍କବାଦୀଙ୍କ ପ୍ରତି ନରମ ମନୋଭାବ ଦେଖାଉଥିବା ଦଳକୁ ପ୍ରତ୍ୟାଖ୍ୟାନ କରାଯାଇଛି।

    ମୋଦୀ ‘ନୟା କଶ୍ମୀର’ ସଂକ୍ରାନ୍ତରେ କହିଛନ୍ତି ଏବଂ କଂଗ୍ରେସ, ଏନ୍‌ସି (ନ୍ୟାସନାଲ କନଫରେନ୍ସ) ଏବଂ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ଉପରେ ବର୍ଷିଛନ୍ତି।  ମୋଦୀ କହିଛନ୍ତି,  ଏହି ତିନି ପରିବାର ହାତରେ ଜମ୍ମୁ କଶ୍ମୀରର ଭବିଷ୍ୟତ ନଷ୍ଟ ହେବାକୁ ଲୋକେ ଦେବେନାହିଁ।  ସେମାନେ ଗଣତନ୍ତ୍ର ଓ କଶ୍ମୀରୀ ସଂସ୍କୃତିକୁ ନଷ୍ଟ କରିଦେଇଥିଲେ। ସେମାନେ ଜମ୍ମୁ କଶ୍ମୀରକୁ  କେବଳ ଭୟ ଦେଖାଇଛନ୍ତି।  ୩ ପରିବାରର ସ୍ବାର୍ଥପର ରାଜନୀତି ପାଇଁ କଶ୍ମୀର ହିନ୍ଦୁମାନେ ବାସହୀନ ହୋଇଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ