Wednesday, September 16, 2026
24.5 C
Odisha

    ନିଖୋଜ ବିନେଶ ଫୋଗାଟଙ୍କ ପୋଷ୍ଟରକୁ ନେଇ ବିରୋଧୀ କଲେ ସମାଲୋଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କିଛିଦିନ ହେବ ଜୁଲାନା ବିଧାୟକ ଓ ଅଲିମ୍ପିକ୍ସ ଖେଳାଳି ବିନେଶ ଫୋଗାଟ ନିଖୋଜ ଥିବା ନେଇ ଏକ ପୋଷ୍ଟର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ପୋଷ୍ଟରରେ ଲେଖା ହୋଇଛି ନିଖୋଜ ବିଧାୟକଙ୍କୁ ଖୋଜିବା ପ୍ରକ୍ରିୟା ଚାଲିଛି। କିନ୍ତୁ ମ୍ୟାଡମଙ୍କର କୌଣସି ପତ୍ତା ମିଳୁନାହିଁ।କଂଗ୍ରେସ ବିଧାୟକ ବିନେଶ ଫୋଗାଟ କୁସ୍ତି ପ‌ରେ ଏବେ ସେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ପ୍ରଥମଥର ନିର୍ବାଚନ ଜିତିବା ପରେ ବିଧାନସଭାରେ ପହଞ୍ଚିଥିଲେ। କିନ୍ତୁ ସେ ବିଧାନସଭା‌ ଅଧିବେଶନରେ ନଜର ଆସି ନଥିଲେ।

    ଯାହାକୁ ନେଇ କୁସ୍ତିଯୋଦ୍ଧାଙ୍କୁ ଖୁବ ସମାଲୋଚନା କରାଯାଉଛି। ଏହି କ୍ରମରେ ବିନେଶ ନିଖୋଜ ନେଇ ଏକ ପୋଷ୍ଟର ସୋସିଆଲ ମିଡ଼ିଆରେ ନିଆଁ ଭଳି ଘୁରି ବୁଲୁଛି।ପ୍ରକାଶିତ ରିପୋର୍ଟ ମୁତାବକ, ବିନେଶ ଫୋଗାଟଙ୍କୁ ଯେତେବେଳେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ‌ତାଙ୍କ ପିଏ ସୋନୁ କହିଥି‌ଲେ, ‘ବିନେଶ ଫୋଗାଟଙ୍କୁ କଂଗ୍ରେସ ଷ୍ଟାର ପ୍ରଚାରକ କରିଛି। ତାଙ୍କର ନିର୍ବାଚନୀ ଡିୟୁଟି ଲାଗି ଯାଇଛି। ନିର୍ବାଚନରେ ବ୍ୟସ୍ତ ଥିବା କାରଣରୁ ବିନେଶ ବିଧାନସଭା ଅଧିବେଶନରେ ପହଞ୍ଚି ପାରି ନଥିଲେ।ଏସବୁ ଖବର ପ୍ରଚାର ମଧ୍ୟରେ ହରିୟାଣା ବିଧାନସଭା ଅଧ୍ୟକ୍ଷ ହରବିନ୍ଦର କଲ୍ୟାଣ କହିଛନ୍ତି, ‘ସମସ୍ତ ବିଧାୟକ ଅନୁପସ୍ଥିତି ରହିଲେ ସେମାନେ ପୂର୍ବରୁ ସୂଚାଇ ଦେଇଥାଆନ୍ତି। ଏହି କ୍ରମେ ବିନେଶ ମଧ୍ୟ ବିଧାନସଭା ଅଧିବେଶନରେ ଅନୁପସ୍ଥିତ ରହିବେ ବୋଲି ପୂର୍ବରୁ ସୂଚିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ