Friday, September 11, 2026
23.5 C
Odisha

    ଉତ୍ତରପ୍ରଦେଶର ରାମପୁରରେ ରେଳ ଦୁ୍ର୍ଘଟଣା ପାଇଁ ଷଡ଼ଯନ୍ତ୍ର !

    ଆଗକୁ ପଢନ୍ତୁ

    ରାମପୁର : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଏଥର ରାମପୁରରେ ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି ।  ରେଳ ଧାରଣା ଉପରେ ୭ ମିଟର ଲମ୍ବର ଏକ ଲୁହା ଖୁଣ୍ଟ ରଖାଯାଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଡେରାଡୁନ ଏକ୍ସପ୍ରେସ  ବଳବନ୍ତ ଏନକ୍ଲେଭ କଲୋନି ପଛପଟେ ଯାଇଥିବା ରେଳ ଲାଇନ ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏକ ପୁରୁଣା ଲୁହା ଟେଲିଫୋନ ଖୁଣ୍ଟକୁ ରେଳ ଧାରଣା ଉପରେ ରଖାଯାଇଥିଲା। ଟ୍ରେନ୍ ନିକଟରେ ପହଞ୍ଚିବା ମାତ୍ରେ ଲୋକୋ ପାଇଲଟ ତାହାକୁ ଦେଖିପାରିଥିଲେ, ଯାହା ପରେ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା।

    ରେଳ ଧାରଣାରେ ପିଲର୍ ରଖାଯାଇଥିବା ନେଇ ଲୋକୋ ପାଇଲଟ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଜିଆରପି ଓ ପୁଲିସ ପ୍ରଶାସନ ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାକ୍ ରୁ ପିଲର୍ ହଟାଇ ଟ୍ରେନକୁ ଓହ୍ଲାଇ ଦିଆଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାରେ କଲୋନିର ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରାଯାଇଛି, ଯେଉଁଥିରୁ ଜଣାପଡିଛି ଯେ କିଛି ଲୋକ ରେଳ ଲାଇନକୁ ଆସି ଡ୍ରଗ୍ସ ନେଉଛନ୍ତି । ସେହି ଲୋକମାନେ ରେଳ ଧାରଣା ଉପରେ ଏକ ଖୁଣ୍ଟ ଲଗାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    98 %
    1.2kmh
    100 %
    Fri
    26 °
    Sat
    27 °
    Sun
    28 °
    Mon
    31 °
    Tue
    31 °

    ସମ୍ବନ୍ଧିତ