Thursday, March 26, 2026
37 C
Odisha

    ହୋଟେଲ ବିରୋଧରେ ଖାଉଟି ଅଦାଲତଙ୍କ ରାୟ: ସୁଧ ସହ ଦେୟ ଓ ଅନୁକମ୍ପା ରାଶି ଲକ୍ଷେ ଦେବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ବୁକିଂ ସତ୍ତ୍ବେ କକ୍ଷ ଦେବାକୁ ମନା କରିବା ଓ ଗ୍ରାହକଙ୍କ ଠାରୁ ଅନ୍ଯ କକ୍ଷ ପାଇଁ ପୁଣି ଟଙ୍କା ନେବା ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଖାଉଟି ଅଦାଲତ । ରାୟରେ ଦିଲ୍ଲୀସ୍ଥିତ ଗୁରଗାଁ ସୋହାନାରୋଡସ୍ଥ ଓରାଭେଲ୍ ଷ୍ଟେ କମ୍ପାନି (ଓୟେ ) କର୍ତ୍ତୃପକ୍ଷକୁ ୧୨ ପ୍ରତିଶତ ସୁଧ ସହ ହୋଟେଲ କକ୍ଷ ଦେୟ ଫେରସ୍ତ ଓ ଅନୁକମ୍ପା ରାଶି ୧ ଲକ୍ଷ ପୀଡ଼ିତ ଗ୍ରାହକଙ୍କୁ ୧ ମାସ ମଧ୍ଯରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ୧୪ ପ୍ରତିଶତ ସୁଧ ଗଣିବାକୁ ହେବ ବୋଲି ଖାଉଟି ଅଦାଲତ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ସୁନ୍ଦରଗଡ଼ ସହର ଥାନାପଡ଼ାର ଦେବାଶିଷ ହୋତା ୨୦୧୯ ଜୁନ ୨ ତାରିଖରେ ଗୁରଗାଁସ୍ଥ ମେକ୍ ମାଇ ଟ୍ରିପ୍ ଇଣ୍ଡିଆ ନାମକ ଏକ ସଂସ୍ଥା ମାଧ୍ୟମରେ ଦିଲ୍ଲୀ ପାହାଡ଼ଗଞ୍ଜସ୍ଥ ଓୟେ ହୋଟେଲ ବ୍ରହ୍ମପୁତ୍ରର କକ୍ଷ ୭ରୁ ୯ ତାରିଖ ଯାଏଁ ବୁକିଂ କରିଥିଲେ। ଗୋଟିଏ ରାତିକୁ ଜଣକୁ ରିହାତିରେ ୧୩୫୦ ଟଙ୍କା ଦେବାକୁ ସଂସ୍ଥା କହିଥିଲା। ଶ୍ରୀ ହୋତା ଅନଲାଇନରେ ସେତକ ଦେୟ ପ୍ରଦାନ କରିଥିଲେ। ହେଲେ ୭ ତାରିଖରେ ଦିଲ୍ଲୀର ସେ ହୋଟେଲରେ ପହଞ୍ଚିବା ପରେ କର୍ତ୍ତୃପକ୍ଷ ସେତକ ମୂଲ୍ଯରେ କୋଠରୀ ଦେବାକୁ ମନା କରିଦେଲେ। ବୁକିଂ ହୋଇଥିବା କହିଥିଲେ ବି କେହି ଶୁଣି ନଥିଲେ। ଶେଷକୁ ଶ୍ରୀ ହୋତା ଭଡ଼ା ଦେଇ ଅନ୍ଯ ଏକ କୋଠରୀ ନେଇଥିଲେ। ସମ୍ପୃକ୍ତ ସଂସ୍ଥା ବି ଆଉ ଧରାଛୁଆଁ ଦୋଲାନି। ଯାହା ତାଙ୍କୁ ବ୍ଯଥିତ କରିଥିଲା। ଏ ନେଇ ପୀଡ଼ିତ ଶ୍ରୀ ହୋତା ଖାଉଟି ଅଦାଲତରେ ୯.୬. ୨୦୨୯ରେ ଅର୍ଜି ଦେଇଥିଲେ। ଅଦାଲତରେ ମାମଲାର ବିଚାର ଚାଲିଥିବାବେଳେ ୨.୫.୨୦୨୪ରେ ଉଭୟ ପକ୍ଷରୁ ଯୁକ୍ତି ବା ଜବାବସୁଆଲ କରାଯାଇଥିଲା। ଶେଷକୁ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଖାଉଟି ଅଦାଲତ ସଭାପତି ଡ. ରମାକାନ୍ତ ଶତପଥି ଓ ସଭ୍ଯ ସଦାନନ୍ଦ ତ୍ରିପାଠୀ ୨୦.୬. ୨୦୨୪ ରେ ରାୟ ପ୍ରକାଶ କରିଛନ୍ତି। ମାମଲାକୁ ପୀଡ଼ିତଙ୍କ ପକ୍ଷରୁ ଆଇନଜୀବୀ ରବୀନ୍ଦ୍ର ମାଳି ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ